THE BYAPINI

ଉନ୍ନୟନ୍ନ କାର୍ଯ୍ୟରେ ଉତ୍ତେଜନା

Get real time updates directly on you device, subscribe now.

ମଂଚ ଉପରେ ଆକ୍ଷେପ-ପ୍ରତିଆକ୍ଷେପ । ଆଉ ମଂଚ ତଳେ ନାରାବାଜି ପ୍ରତିଯୋଗିତା । ସ୍ୱଚ୍ଚ ବିନ୍ଦୁ ସାଗର ପ୍ରକଳ୍ପ ଉଦଘାଟନ ବେଳେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ମଂଚ ଉପରେ ଭାଷଣ ଦେବା ବେଳେ ମୁହାଁମୁହିଁ ହୋଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ଓ ମନ୍ତ୍ରୀ ଅଶୋକ ପଣ୍ଡା । ଅପରାଜିତା ଷଡଙ୍ଗୀ ବିନ୍ଦୁ ସାଗର ଓ ଲିଙ୍ଗରାଜ ପାଇଁ କଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇନଥିଲେ । ତେବେ ସବୁ ଶୁଣିକି ଚୁପ ବସିଥିବା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଳି ଯେତେବେଳେ ପଡିଥିଲା,ସେ ମଧ୍ୟ ଛାଡିନଥିଲେ ରାଜ୍ୟ ସରକାର କଣ କରିଛନ୍ତି ତାର ଗୋଟି ଗୋଟି ହିସାବ ଦେଇଥିଲେ । ମଂଚ ଉପରେ ଯେପରି ରାଜନୈତିକ ଲଢେଇ ଦେଖାଦେଇଥିଲା, ମଂଚ ତଳେ ବି ଦୁଇ ଦଳ କର୍ମୀଙ୍କ ଭିତରେ ସ୍ଲୋଗାନ ବାଜି ଓ ଠେଲାପେଲା ହେବାର ଦେଖାଦେଇଥିଲା ।

ମୁଖ୍ୟମନ୍ତ୍ରୀ ସ୍ବଛ ବିନ୍ଦୁ ସାଗର ପ୍ରକଳ୍ପକୁ ଭର୍ଚୁଆଲରେ ଉଦ୍‌ଘାଟନ୍ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟର ଆର୍ଥିକ ସହାୟତାରେ ସ୍ବଛ ବିନ୍ଦୁ ସାଗର ପ୍ରକଳ୍ପ କାମ କରାଯାଇଛି। କଳ୍ପ ଉଦଘାଟନ୍ ବେଳେ ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ମନ୍ତ୍ରୀ ଅଶୋକ ପଣ୍ଡା ମଂଚରେ ଉପସ୍ଥିତ ଥିଲେ। ଯଦି ବା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକଳ୍ପକୁ ନେଇ କୌଣସି ପଲିଟିକାଲ କାର୍ଡ ଖେଳିନଥିଲେ କିନ୍ତୁ ସାଂସଦ ଅପରାଜିତା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଭିତରେ ଆକ୍ଷେପ ପ୍ରତିଆକ୍ଷେପ ହୋଇଥିବା ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମ ଉଦଘାଟନ ବେଳେ ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ରାଜ୍ୟ ସରକାର କେବେଳ ଖାଲି କଥାରେ କହୁଛନ୍ତି,କାର୍ଯ୍ୟରେ ଦେଖାନାହିଁ । ରାଜ୍ୟ ସରକାର କେବେଳ ପମ୍ପା ଘୋଷଣା କରନ୍ତି ।ବାସ୍ତବରେ କିଛି କରନ୍ତି ନାହିଁ । କିନ୍ତୁ କେନ୍ଦ୍ର ସରକାର ଯାହା କହନ୍ତି ତାକୁ କାମରେ କରି ଦେଖାନ୍ତି ବୋଲି କହିଥିଲେ ଅପରାଜିତା ଷଡଙ୍ଗୀ । ଏହା ପରେ ଅପରାଜିତାଙ୍କ ଗୋଟି ଗୋଟି ଆକ୍ଷେପର ଉତର ଦେଇଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଅପରାଜିତା କହିଲା ବେଳେ ବିଜେପି କର୍ମୀ ଓ ସମର୍ଥକମାନେ ଯେପରି ପାଟିତୁଣ୍ଡ କରୁଥିଲେ , ଅଶୋକ ପଣ୍ଡା କହିବା ସମୟରେ ମଧ୍ୟ ବିଜେଡି ସମର୍ଥକ ଓ କର୍ମୀମାନେ ପାଟିତୁଣ୍ଡ କରିଥିଲେ । ଫଳରେ ଉଭୟ ଦଳର ସମର୍ଥକମାନଙ୍କ ମଧ୍ୟରେ ସ୍ଲୋଗାନ ଜୋରଦାର ଚାଲିଥିଲା । ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲେ ।

ଶେଷରେ ଏହାକୁ ଦେଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯେତେବେଳେ ପାଳି ପଡିଲା , ସେ ରାଜନୀତି ଭିତରକୁ ନପଶି ତେରଚ୍ଚା ବାଣ ମାରିଥିଲେ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଅପରାଜିତା ଆରମ୍ଭ କରିବେ ଆଉ ଅଶୋକ ପଣ୍ଡା ଉତର ଦେବେ ଆଉ ଜିନ୍ଦାବାଦ ହେବନି କେମିତି । ମଞ୍ଚ ତଳେ ବି ଉଭୟ ଦଳର କର୍ମୀଙ୍କ ଭିତରେ ନାରାବାଜି ପାଇଁ ଯେମିତି ପ୍ରତିଯୋଗୀତା ଚାଲିଥିଲା। କୁହାଯାଉଛି ଯେ ଆଗକୁ ପୌର ନିର୍ବାଚନ ସେଥିପାଇଁ ୨ ଦଳ ପତିଆରା ଦେଖେଇବାକୁ ଏଭଳି ଆୟୋଜନ କରିଥିଲେ। ସେ ।

Get real time updates directly on you device, subscribe now.

Leave A Reply

Your email address will not be published.