THE BYAPINI

ବିଶ୍ବକେଶନ ପିପିଲିର କଂଗ୍ରେସ ପ୍ରାର୍ଥୀ

Get real time updates directly on you device, subscribe now.

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାଁରେ ମୋହର ମାରିଛି ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଶ୍ବକେଶନଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା କରାଯାଇଛି । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ବାସିନ୍ଦା ବିଶ୍ୱକେଶନ ମହାପାତ୍ର ।କେତନ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳର ସଭାପତି ଥିଲେ ।

ଆସନ୍ତା ୨୬ ତାରିଖରେ ନାମାଙ୍କନ ଭରିବେ ବିଶ୍ୱକେଶନ ମହାପାତ୍ର । ଗତ ୧୪ ତାରିଖରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋଭିଡ଼ରେ ମୃତ୍ୟୁ ହୋଇଥିଲା । ଏହା ପରେ ସ୍ଥଗିତ ରହିଥିବା ଉପନିର୍ବାଚନ ପାଇଁ ଏହାରି ଭିତରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମେ ମେ ୧୩ରେ ଭୋଟ ପାଇଁ ନିର୍ବାଚନ ଅଧିକାରୀ ଘୋଷଣା କରିଥିବା ବେଳେ ପରେ ଇଦୁଲ ଫିତର ପାଇଁ ଏହାକୁ ମେ ୧୬ ତାରିଖକୁ ଘୁଂଚାଇ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.