THE BYAPINI

ଯୁବ ନେତାଙ୍କୁ ଭରସିଲେ ନବୀନ, ପଂଚାୟତ ନିର୍ବାଚନ ପୂର୍ବରୁ ବାଂଟିଲେ ଗୁରୁଦାୟିତ୍ୱ

Get real time updates directly on you device, subscribe now.

ବଦଳିଲେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ । ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ୩୦ ଜିଲ୍ଲା ପାଇଁ ନୂଆ ପର୍ୟ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି । ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ଦଳୀୟ ସଭାପତି ନବୀନ ପଟ୍ଟନାୟକ । ତେବେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦୁଇ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ବବି ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ନବୀନ ପଟ୍ଟନାୟକ । ଗତ ପଞ୍ଚାୟତ ନିର୍ବାଚନରେ ଦଳର ଏଠାରେ ଏତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲା । ତେଣୁ ଏହି ଦୁଇ ଜିଲ୍ଲାରେ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ପ୍ରଣବଙ୍କ ହାତରେ ଗୁରୁଦାୟିତ୍ୱ ଦେଇଛି ଦଳ ।

ତେବେ ବିଜେଡିର ଜିଲ୍ଲ୍ା ପର୍ଯ୍ୟବେକ୍ଷକ ନୂଆ ତାଲିକାରେ ମନ୍ତ୍ରୀ ମାନଙ୍କୁ ଅଧିକ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସୁଶାନ୍ତ ସିଂଙ୍କୁ ଦେବଗଡ, ବଲାଙ୍ଗୀର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କୁହାଯାଉଛି ଅନୁଗୁଳ-ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର-ପ୍ରତାପ କେଶୋରୀ ଦେବ, ବରଗଡ଼-ସୁଧୀର ସାମଲ, ଭଦ୍ରକ-ପ୍ରଣବ ବଳବନ୍ତାରୟ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଢେଙ୍କାନାଳ-ବିଜୟ ନାୟକ, ଗଜପତି-ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ, ଯାଜପୁର-ଅଶୋକ ପଣ୍ଡା, ଝାରସୁଗୁଡ଼ା-ସୁବାଷ ସିଂହ, କଳାହାଣ୍ଡି-ନବ ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ, କୋରାପୁଟ ଓ ମାଲକାନଗିରି- ଚନ୍ଦ୍ରସାରଥୀ ବେହେରା, ମୟୁରଭଞ୍ଜ-ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ନନାଭ ବେହେରା, ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ, ସମ୍ବଲପୁର-ନଳିନୀକାନ୍ତି ପ୍ରଧାନ, ସୋନପୁର-ପ୍ରଦୀପ ଅମାତ, ସୁନ୍ଦରଗଡ଼ ପାଇଁ ପ୍ରୀତିରଞ୍ଜନ ଘଡାଇ୍ଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ବିଜେଡିର ଜିଲ୍ଲାସ୍ତରୀୟ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ବିକ୍ରମ କେଶରୀ ଆରୁକ୍ଷ, ଦେବୀ ପ୍ରସାଦ ମିଶ୍ର, ନିରଂଜନ ପୂଜାରୀ,ସୌମ୍ୟରଂଜନ ପଟ୍ଟନାୟକ,ପ୍ରସନ୍ନ ଆଚାର୍ଯ୍ୟ, ମହେଶ୍ୱର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ୫ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ମାଲକାନଗିରି,କୋରାପୁଟ, ନବରଙ୍ଗପୁର,ରାୟଗଡା,ଗଜପତି ଜିଲ୍ଲା ଦାୟିତ୍ୱ ବିକ୍ରମ କେଶରୀ ଆରୁଖଙ୍କୁ ଦିଆଯାଇଛି । ସେହିପରି ମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ ୪ ଜିଲ୍ଲା ନୂଆପଡା,କଳାହାଣ୍ଡି,ବଲାଙ୍ଗୀର, ବରଗଡର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କୁ ୬ ଜିଲ୍ଲା ଗଂଜାମ, ନୟାଗଡ, କନ୍ଧମାଳ,ଖୋର୍ଦ୍ଧା, ପୁରୀ,ବୌଦ୍ଧ ଦାୟିତ୍ୱ ଦିଆଯାଇଛି । ସୌମ୍ୟରଂଜନ ପଟ୍ଟନାୟକଙ୍କୁ ୭ ଜିଲ୍ଲାର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳର ବରିଷ୍ଠ ପର୍ଯ୍ୟବକ୍ଷକ ଭାବେ ନିଯୁକ୍ତି କରାଯାଇଛି ।
ସେହିପରି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ ଜିଲ୍ଲା କଟକ, ଜଗତସିଂହପୁର,କେନ୍ଦ୍ରାପଡା,ଯାଜପୁର,ଯାଜପୁର,ଭଦ୍ରକ, ବାଲେଶ୍ୱରର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଓ ମହେଶ୍ମର ମହାନ୍ତିଙ୍କୁ ମୟୁରଭଂଜ ଓ କେନ୍ଦୁଝରର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.