THE BYAPINI

ଧର୍ମେନ୍ଦ୍ରଙ୍କ ତୁଣ୍ଡ କି ସମ୍ବିତ!

Get real time updates directly on you device, subscribe now.

ବବି ବାବୁ ଏହି କଥା ଆପଣ ଆପଣଙ୍କ ବାପାଙ୍କଠାରୁ ଶୁଣିଥିବେ । ନହେଲେ ବରିଷ୍ଠ ମାନଙ୍କ ସହ ପରାମର୍ଶ କରି ଆପଣ ମନ୍ତବ୍ୟ ଦିଅନ୍ତୁ । ମୋର ନେତା ଧର୍ମେନ୍ଦ୍ର ପ୍ରଧାନ କଲମ୍ବସ ନୁହଁନ୍ତି । ସେ ଓଡିଶାର ବିକାଶ ପାଇଁ ଗୁଣ୍ଡିଚା ମୂଷାର ଯୋଗଦାନ ଦେଉଛନ୍ତି । ବିଜେଡିର ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏଭଳି ତେରଛା ବାଣ ମାରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।

ଭର୍ତ୍ତୃହରିଙ୍କୁ ନେଇ ଧର୍ମେନ୍ଦ୍ର ଦେଇଥିବା ବୟାନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ନେତା । ବିଜେଡି ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଟୁଇଟ କରି କହିଥିଲେ ଯେ, ଧର୍ମେନ୍ଦ୍ର ବାବୁ କଲମ୍ବସ ହୋଇ ଭତୃହରି ବାବୁଙ୍କ ବୃଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି । ଏବଂ ସେ କହିଥିଲେ ଯେ, ମୋର ଅନୁରୋଧ ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୂରଲୀ ମନହୋର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିଭଳି ସଦୁପଯୋଗ କରନ୍ତୁ । ଏହାକୁ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବିଜେଡି ବିଧାୟକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ମହତାବଙ୍କ ନାଁ ଶୁଣି ଏତେ ଅସହିଷ୍ଣୁ କାହିଁକି ? ଭର୍ତ୍ତୃହରି ବାବୁଙ୍କ ପ୍ରଚେଷ୍ଟା ଯୋଗୁଁ ୨୬ ନଭେମ୍ବରକୁ ଆଜି ଦେଶ ସମ୍ବିଧାନ ଦିବସ ଭାବରେ ପାଳନ କରୁଛି । ତାଙ୍କର ଯୋଗଦାନକୁ ଦଳ ମତ ନିର୍ବିଶେଷରେ ସମସ୍ତେ ପ୍ରଶଂସା କରୁଛନ୍ତି । ମହତାବ ବାବୁ ଓଡ଼ିଆ ଲୋକ ଓ ଆପଣଙ୍କ ଦଳର । ଆପଣ ଖୁସି ହେବା ବଦଳରେ କାହିଁକି ରାଗି ଯାଉଛନ୍ତି ? ମହତାବ ପରିବାରର ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ଓଡ଼ିଶାର ବିକାଶ ପାଇଁ ଯୋଗଦାନ ବିଷୟରେ ରାଜ୍ୟବାସୀ ଜାଣିଛନ୍ତି ।

ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ ଭର୍ତୃହରିଙ୍କୁ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ ଏହି ରାଜନୀତି ଆରମ୍ଭ ହୋଇଥିଲା । କଟକରେ ୭୨ ତମ ବିଷୁବ ମିଳନ ଉତ୍ସବକୁ ଉଦଘାଟନ କରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ସାରାଦେଶରେ ନଭେମ୍ବର ୨୬ ତାରିଖକୁ ଏବେ ସମ୍ବିଧାନ ପ୍ରତିଷ୍ଠା ଦିବସ ଭାବେ ପାଳନ କରୁଛି । ଏହାପଛରେ ଭତର୍୍ୃହରିଙ୍କ ପ୍ରମୁଖ ଭୂମିକା ରହିଛି । କିନ୍ତୁ ବିଜେଡି ଏବେ ତାଙ୍କୁ କାହିଁକି ଗୁରୁତ୍ୱ ଦେଉନାହିଁ, ତାହା ତାଙ୍କୁ ଆଶ୍ଚର୍ୟ୍ୟ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.