THE BYAPINI

କୁଆଡେ ଗଲେ ମୁଖ୍ୟମନ୍ତ୍ରୀ?

Get real time updates directly on you device, subscribe now.

ବିଧାନସଭାରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଏହାକୁ ନେଇ ତେଜୁଛି ରାଜନୀତି । ବିଧାୟକ କ୍ଷମା ମାଗିବାକୁ ନେଇ ବିଜେଡି ଗଣ୍ଠି କରିବସିଥିବା ବେଳେ ବିଜେପି ମଧ୍ୟ ନିଜ ଜିଦରେ ଅଟଳ ରହିିଛି । ବିଜେପି ବିଧାୟକ ମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ବାହାରିଛନ୍ତି । ହାତରେ ପ୍ଲାକାର୍ଡ ଧରି ରାଜରାସ୍ତାରେ ନୀବନ ନିବାସ ଚାଲିଚାଲି ଯାଊଛନ୍ତି ବିଜେପି ବିଧାୟକ ।
ତେବେ ବିଧାନସଭାରୁ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିବାବେଳେ ବିଜେପି ସଦସ୍ୟଙ୍କ ପଛରେ ବିଜେଡି ନେତାମାନେ ମଧ୍ୟ ନବୀନ ନିବାସ ଯାତ୍ରା କରିଛନ୍ତି।ବିଜେପି ବିଧାୟକ ମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭେଟି ସମସ୍ୟା ସଂପର୍କରେ ଅଗଗତ କରାଇବେ । ତେଣୁ ବିଜେଡି ସଦସ୍ୟାମାନେ ମଧ୍ୟ ନବୀନ ନିବାସ ମୁହାଁ ହୋଇଛନ୍ତି । ସେପଟେ, ବିଜେପି ସଦସ୍ୟଙ୍କୁ ପାଛୋଟି ନେବାକୁ ନବୀନ ନିବାସରେ ବିଜୁ ଯୁବ, ଛାତ୍ର, ମହିଳା ନେତା ଏକତ୍ର ହୋଇଛନ୍ତି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବାକୁ ଯାଉଛୁ। ତାଙ୍କୁ ଖୋଜିବୁ, ଯେଉଁଠି ପାଇବୁ, ପଚାରିବୁ। ରାଜନୈତିକ କାର୍ୟ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବୁଲୁଛନ୍ତି, ହେଲେ ବିଧାନସଭା କାହିଁକି ଆସୁନାହାନ୍ତି ?’ ଏପରିକି ମୁଖ୍ୟମନ୍ତ୍ରୀ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ଦାବି କରିଛି ବିଜେପି । ଆଉ ଏହାର ଜବାବ ରଖିଛି ବିଜେଡି । ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ । ତାପରେ ବିଧାନସଭା କିଭଳି ସ୍ୱାଭାବିକ ଭାବେ ଚାଲିବ ସେନେଇ ଆଲୋଚନା ହେବ । ଆମେ ବି ସାଂଗରେ ଯାଉଛୁ ସବୁ କଥା ସେଇଠି ଜଣାଇବୁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ପ୍ରଥମେ ଚାଷୀଙ୍କ ଧାନ ଉଠୁ ତାପରେ ମୁଁ କ୍ଷମା ମାଗିବା ପାଇଁ ପ୍ରସ୍ତୁତ ।

Get real time updates directly on you device, subscribe now.

Leave A Reply

Your email address will not be published.