THE BYAPINI

ରୁଦ୍ର ମହାରଥୀଙ୍କୁ ବିଜେଡି ଟିକେଟ

Get real time updates directly on you device, subscribe now.

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ନାମ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ। ତେବେ କିଛି ଦିନ ହେବ ବିଜେଡି ପ୍ରାର୍ଥୀଙ୍କୁ ନେଇ ଯେଉଁ ସସପେନ୍ସ ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରୁଦ୍ର ।

ବିଜେପି ପ୍ରାର୍ଥୀ ଘୋଷଣା କରିସାରିବା ପରେ ବିଜେଡ଼ିର ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନା ଜାରି ରହିଥିଲା । ପୁଅ ରୁଦ୍ର ମହାରଥି କିମ୍ବା ପ୍ରତିଭା ମହାରଥୀ କାହାକୁ ଟିକେଟ ମିଳିବ ସେନେଇ ଦଳରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଦିଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା କି ଟିକେଟ୍ ଦୌଡ଼ରେ ସ୍ବର୍ଗତଃ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ପଲା ଭାରୀ ରହିଛି ଓ ଦଳର ଗୋଟିଏ ଗୋଷ୍ଠୀ ତାଙ୍କ ସପକ୍ଷରେ ଯୁକ୍ତି ଚଳାଇଛନ୍ତି, ମାତ୍ର ଶେଷରେ ପୁଅ ରୁଦ୍ରପ୍ରତାପଙ୍କ ସପକ୍ଷରେ ଯାଇଛି ନିଷ୍ପତ୍ତି।

ଗତକାଲି ବିଳମ୍ବିତ ରାତିରେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଆଶ୍ରିତ ପଟ୍ଟନାୟକ ଯୁବ ନେତା ହୋଇଥିବାରୁ ତାଙ୍କୁ ଟକ୍କର ଦେବା ଲାଗି ରୁଦ୍ରଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ମଧ୍ୟ ଦଳର କିଛି ପ୍ରଭାବଶାଳୀ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ମତ ରଖିଥିଲେ। ଗତ ଥର ବିଜେପି ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକ ମାତ୍ର ୧୫,୦୦୦ ଭୋଟରେ ପ୍ରଦୀପ ମହାରଥୀଙ୍କ ଠାରୁ ହାରି ଯାଇଥିଲେ। ତେଣୁ ଏଥର ସେ କଡ଼ା ଟକ୍କର ଦେଇପାରନ୍ତି।

ଗୋଟେପଟେ ନିର୍ବାଚନକୁ ମାତ୍ର ହାତରେ ଅଳ୍ପ ଦିନ । ଏନେଇ ମୈଦାନକୁ ବିଜେପି ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇ ସାରିଥିବାବେଳେ ବିଜେଡି ମଧ୍ୟ ରୁଦ୍ର ମହାରଥୀଙ୍କୁ ଅବତୀର୍ଣ୍ଣ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ନିଜ ପ୍ରାର୍ଥୀ ନାମ ଘୋଷଣା କରିନାହିଁ । ଆସନ୍ତା ଏପ୍ରିଲ ୧୭ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।
ପିପିଲି ବିଧାନସଭା ମଣ୍ଡଳ ବିଜେଡିର ଗଡ ଭାବେ ପରିଚିତ। ୨୦୦୦ ମସିହା ପରଠୁ ଅର୍ଥାତ ବିଜେଡି ଦଳ ଗଠନ ଦିନଠୁ ଏହି ଆସନରେ ଦଳର ଦବଦବା ରହି ଆସିଛି। ପ୍ରଦୀପ ମହାରଥୀ କ୍ରମାଗତ ପାଞ୍ଚ ଥର ପିପିଲିରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.