THE BYAPINI

ବବିଙ୍କ ପରାମର୍ଶ – କାମ ଓ କଥାରେ ସଂଯମତା ରଖ

Get real time updates directly on you device, subscribe now.

ଯାହା ଆଶା କରାଯାଉଥିଲା ଠିକ ସେଭଳି ହିଁ ଚିତ୍ର ଦେଖିବାକୁ ମିଳିଲା । ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ଦଳର ସଂଗଠନ ସଂପାଦକ ବଡ ଏବଂ ଗୁରୁତ୍ୱପୁର୍ଣ୍ଣ କଥା କହିଛନ୍ତି । ବିଜୁ ଜନତା ଦଳକୁ ଆହୁରି ଅନେକ ଦଶନ୍ଧି ଧରି କାର୍ଯ୍ୟ କରିବାର ଅଛି । ଦଳ କିଭଳି ଷଷ୍ଠ ଥର ପାଇଁ କ୍ଷମତାକୁ ଆସିବ ସେନେଇ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ବବି ଆହ୍ୱାନ ଦେଇଥିଲେ । ଏହି ଅବସରରେ ସେ କହିଥିବା ଦୁଇଟି କଥା ସମସ୍ତଙ୍କ ପାଇଁ ବହୁତ ଅଧିକ ମହତ୍ତ୍ୱ ରଖୁଥିଲା । କୈାଣସି କଥାକୁ ନେଇ ଦଳରେ କେହି ବିଭ୍ରାନ୍ତି କରନ୍ତୁ ନାହିଁ । କର୍ମ ଏବଂ ବାକ୍ୟରେ ସଂଜମତା ରକ୍ଷା କରିବା ସହ ଯାହାକୁ ଯେଉଁ ଦାୟିତ୍ୱ ମିଳିଛି ତାକୁ ପାଳନ କରିବାକୁ ବବି ପରାମର୍ଶ ଦେଇଥିଲେ ।

ହେଲେ ସବୁଠାରୁ ବଡ କଥା ହେଉଛି, ଦଳରେ କେହି ବିଭ୍ରାନ୍ତି ସୃଷ୍ଟି କରୁଛି କି? ଦଳ ଭିତରେ ରହି କଥାକୁ ଏପଟ ସେପଟ କେହି କରୁଛନ୍ତି କି? କିଛି ଦିନ ଆଗରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯେଉଁ ବୟାନ ରଖିଥିଲେ, ତାକୁ ନେଇ ଦଳ ଭିତରେ କିଛି ଦିନ ପାଇଁ ଗୁଂଜରଣ ସୃଷ୍ଟି ହେଲା । ସତରେ କଣ ବିଜେଡିକୁ ଭାଙ୍ଗିବାକୁ କେହି ଉଦ୍ୟମ କରୁଥିଲେ କି? ଏହି ପ୍ରଶ୍ନର ଉତ୍ତର ଅନେକ ଖୋଜିବାକୁ ଚେଷ୍ଟା କରିଥିଲେ । ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରୀ ପରେ ଏହି ଉକ୍ତିରେ ବିରାମ ଲାଗିଥିଲା ।

ରାଜ୍ୟ କାର୍ଯ୍ୟକାରିଣୀରେ ବବି ଯେଉଁ ପରାମର୍ଶ ଦେଇଛନ୍ତି, ତାକୁ ଦଳର ଅନ୍ୟ ବରିଷ୍ଠ ନେତା କିଭଳି ଗ୍ରହଣ କରୁଛନ୍ତି ତାକୁ ସମସ୍ତଙ୍କର ଅପେକ୍ଷା ରହିଛି । ସେହିଭଳି ବାକ୍ୟରେ ସଂଜମତା ରକ୍ଷା କରିବାକୁ କହି, ନେତା କରୁଥିବା ଅଯଥା ବୟାନ ବାଜିରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ପରୋକ୍ଷରେ ପରାମର୍ଶ ଦିଆଯାଇଛି । ଅର୍ଥାତ୍ ମୁଳ ନୀତି କଥା କମ୍ କାମ ବେଶୀ ଏହାକୁ ଆଧାର କରି ଦଳ ଆଗକୁ ବଢିବ ବୋଲି ସଂକେତ ମିଳିଛି ।

ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ସମ୍ବିଧାନରେ ସଂଶୋଧନ ପାଇଁ କିଛୀ ପ୍ରସ୍ତାବ ଆସିଥିଲା । ୮ ଟି ଆର୍ଟିକିଲି ଓ ଦୁଇଟି କ୍ଳଜ ସଂଶୋଧନ କରାଯାଇଛି । ଜିଲ୍ଲା ଓ ରାଜ୍ୟ ସ୍ତରରେ କମିଟିର ବିଭିନ୍ନ ପଦ ପଦବୀର ସୀମା ନିର୍ଦ୍ଧାରଣକୁ ଉଠାଇ ଦିଆଗଲା । ସଭାପତି ଚାହିଁଲେ ପ୍ରତିଦିନ ଏଥିରେ ପରିବର୍ତ୍ତନ କରିପାରିବେ । ଅର୍ଥାତ୍ କାହାକୁ ବାଦ୍ ଦେବାକୁ ହେଲେ କିମ୍ବା କାହାର ପଦବୀରେ ପରିବର୍ତ୍ତନ କରିବାକୁ ହେଲେ ତୁରନ୍ତ ଏହାର ନିଷ୍ପତ୍ତି ନିଆଯାଇପାରିବ ।

କେନ୍ଦ୍ରର ଅବହେଳା, ଅଣଦେଖା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଛି । ଏ ସବୁ ସତ୍ତ୍ୱେ ସମସ୍ତ ଲୋକାଭିମୁଖୀ କାର୍ୟ୍ୟ ଜାରି ରହିବ । ମହାବାତ୍ୟାରୁ ମହାମାରୀ ପର୍ୟ୍ୟନ୍ତ ସବୁ ବଧାବିଘ୍ନକୁ ସଫଳ ଭାବରେ ମୁକାବିଲା କରାଯାଇ ପାରିଥିବା ନେତା ମତ ରଖିଥିଲେ । ସ୍ୱତନ୍ତ୍ର ରାଜ୍ୟ ପାଇଁ ଦଳ ତାର ଲଢେଇ ଜାରି ରଖିବ ବୋଲି ଦଳ ପୁଣି ଦୋହରାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.