THE BYAPINI

ଝିଅ ପାଇଁ ମା’ ଆଣିଦେଲେ ବାପା..

Get real time updates directly on you device, subscribe now.

ବାପ ପଣିଆ ଦେଖାଇଛନ୍ତି ବ୍ୟୋମକେଶ । ମୋ ଝିଅ ହଇରାଣ ହେବନି.. ତା ଭବିଷ୍ୟତ ଅନ୍ଧାରକୁ ଠେଲି ହେବନି । ମୁଁ ସିନା ବାପାର ସ୍ନେହ ଦେଇଦେଲି..ହେଲେ ଯେତେବେଳେ ଝିଅଟି ମା’ର ମମତା ଭରା ସ୍ପର୍ଶ ଖୋଜିବ । ରାତି ଅଧରେ ମାଆ, ମାଆ ହୋଇ ଡାକିବ । ପରି ରାଇଜର କାହାଣୀ, ବୁଢୀ ଅସୁରୁଣି, ଜହ୍ନମାମୁର ଗପ ଶୁଣିବାକୁ ଜିଦ କରିବ । ସେତେବେଳ ବାପାଟିଏ ହୋଇ ମୁଁ କଣ ଏସବୁ କରିପାରିବି । ସେଥିପାଇଁ ଦରକାର ମାଆଟିଏ….ବୋଧେ ସେଇଥିପାଇଁ ବିଧାୟକ ବ୍ୟୋମକେଶ ବାଛିଦେଲେ ଦ୍ୱିତୀୟ ବିବାହର ବାଟ ।

ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ଦ୍ୱିତୀୟ ବିବାହ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ଚିଲିକାର ଏକ ରିସୋର୍ଟରେ ବିବାହ ସଂପର୍ଣ୍ଣ ହୋଇଛି । ନିଜ ଛୋଟ ଝିଅର ଭବିଷ୍ୟତକୁ ଚାହିଁ ଏଭଳି ଏକ ବିକଳ୍ପ ବାଟ ବାଛିଛନ୍ତି ବ୍ୟୋମକେଶ । ମାଆର ଖାଲିସ୍ଥାନ ପୂରଣ କରିବାକୁ ଯାଇଁ ବ୍ୟୋମକେଶ ରାୟ ଦ୍ୱିତୀୟ ବିବାହ କରି ଏଭଳି ଏକ ନିଷ୍ପତି ନେଇଛନ୍ତି ଯାହା ତାଙ୍କର ବାପା ହିସାବରେ କର୍ତବ୍ୟକୁ ଆହୁରି ଆଗକୁ ବଢାଇଦେଇଛି । ମାଆ ବଦଳରେ ମାଆକୁ ଫେରିପାଇଛି କୁନି ଝିଅ ।

କୋଭିଡ଼ କଟକଣା ଭିତରେ ଚିିଲିକା ସ୍ୱସ୍ତି ରିସୋର୍ଟରେ ବିବାହ ବନ୍ଧନ କରିଛନ୍ତି ବାପି ଓ ଲିକି । ବିବାହ ଉତ୍ସବରେ ବିଜୁ ଜନତା ଦଳର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରତାପ ଦେବ, ପ୍ରଣବ ବଳବନ୍ତ ରାୟ, ଉମା ସାମନ୍ତରାୟଙ୍କ ସମେତ ଅନେକ ନେତା ଯୋଗ ଦେଇଥିଲେ । ୨୦୨୦ ଫେବ୍ରୁଆରୀ ୩ ତାରିଖରେ ବ୍ୟୋମକେଶଙ୍କ ପ୍ରଥମ ପତ୍ନୀ ନିଲିମାଙ୍କ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଥିଲା । ସ୍ତ୍ରୀ ନିଲିମାଙ୍କର ମୃତ୍ୟୁ ପରେ ବିଧାୟକ ଭାଙ୍ଗିପଡିଥିଲେ । କୁନି ଝିଅଟି ବି କିଛି ବୁଝିବା ଆଗରୁ ସବୁ କିଛି ସରିଯାଇଥିଲା । ମା’ର ମୃତ୍ୟୁ ପରେ ବାପାଙ୍କ ଜୀବନ ବିତାଇବା ଆରମ୍ଭ କରିଥିଲା ଝିଅ । ଆଉ ଏବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ଦ୍ୱିତୀୟ ବିବାହ କରିବା ପରେ କୁନି ଝିଅ ମା ବଦଳରେ ମା’ଟିଏ ପାଇ ପାରିଛି । ଆଉ ବାପିଙ୍କ ଜୀବନରେ ଫେରିଛି ଖୁସି ।

Get real time updates directly on you device, subscribe now.

Leave A Reply

Your email address will not be published.