ମନ୍ତ୍ରୀ ଶୁଣିଲେ ସାଂସଦଙ୍କ ଦାବି
କେନ୍ଦ୍ର ମନ୍ତ୍ରୀ ଶୁଣିଲେ ସାଂସଦଙ୍କ ଦାବି । କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ଧାନ ସଂଗ୍ରହ ଓ ବକେୟା ସବସିଡି ପ୍ରଦାନ ନେଇ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜୁ ଜନତା ଦଳର ସାଂସଦ । ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ମାନେ ଏକାଠି ହୋଇ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଧାନ ସଂଗ୍ରହ ଓ ଚାଷୀ ଭୋଗୁଥିବା ସମସ୍ୟା ବାବଦରେ ମନ୍ତ୍ରୀଙ୍କୁ ଜଣାଇଛନ୍ତି । ସାଂସଦଙ୍କ ଦାବି ଶୁଣିବା ପରେ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲ ।
ଗୋଟେପଟେ ମଣ୍ଡିରୁ କାହିଁକି ଧାନ ଉଠୁନାହିଁ ସେ ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଘେରିଥିବା ବେଳେ ଅନ୍ୟପଟେ ଆଜି ବିଜେଡି ସାଂସଦ ମାନେ କେନ୍ଦ୍ର ମନ୍ତ୍ରୀଙ୍କ ଭେଟିଛନ୍ତି । ଦାବି କରିଛନ୍ତି ଯେ, କେନ୍ଦ୍ର ଯେଉଁ ସବସିଡି ପାଖାପାଖି ୫ ହଜାର ୬୦୦ କୋଟି ବକେୟା ସବସିଡି ପ୍ରଦାନ କରିନାହିଁ । ଯାହା ଫଳରେ ରାଜ୍ୟ ସରକାର ୧୯ ହଜାର କୋଟି ଋଣ ଭାରରେ ପଡିରହିଛି । ତେଣୁ କେନ୍ଦ୍ର ତୁରନ୍ତ ବକେୟା ସବସିଡି ଦେବାକୁ ଦାବି କରିଛନ୍ତି ସାଂସଦ ।