ବିରୋଧୀଙ୍କୁ ବିଜେଡିର ପ୍ରଶ୍ନବାଣ
ମମିତା ମୃତ୍ୟୁ ମାମଲାରେ ବିରୋଧୀଙ୍କୁ ବିଜେଡିର ପ୍ରଶ୍ନବାଣ । ମମିତା ମୃତ୍ୟୁ ମାମଲାକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛି ବିଜେଡ଼ି । ସୋସିଆଲ ମିଡ଼ିଆରେ ଥିବା ଭକ୍ତ ଦାସଙ୍କ ଫଟୋ ଦେଖାଇ ବିଜେଡ଼ି ଟାର୍ଗେଟ କରିଛି । ମୁଖ୍ୟ ଅଭିଯୁକ୍ତ ସହ ଭକ୍ତ ଦାସ ଠିଆ ହୋଇଥିବା ଫଟୋ ଦେଖାଇଛି ବିଜେଡ଼ି । ଦସ୍ତାବିଜ ଓ ଫଟୋ ନେଇ ଭକ୍ତ ଦାସ ଉତ୍ତର ଦିଅନ୍ତୁ ବୋଲି ବିଜେଡ଼ି କହିଛି ।
ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଓଡ଼ିଶା କଂଗ୍ରେସ ଓ ବିଜେପି ଭିତରେ ମଧୁଚନ୍ଦ୍ରିକା ଅଛି । ଓଡ଼ିଶା କଂଗ୍ରେସ ବିଜେପିର ବି-ଟିମ୍ । ଅନ୍ୟପଟେ ମମିତା ମେହେର ହତ୍ୟା ମାମଲାରେ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେପି ନେତା କେତେକ ତଥ୍ୟ ଉପସ୍ଥାପନ କରି ପ୍ରଶ୍ନ ଉଠାଇଛନ୍ତି । ମମିତା ମାମଲାରେ ସିନେ୍ଧକେଲା ଥାନା ପୋଲିସ ବଙ୍ଗୋମୁଣ୍ଡା କୋର୍ଟରେ ଦାଖଲ କରିଥିବା କେସ ଡାଏରୀ ଆଧାରରେ ଏହି ପ୍ରଶ୍ନ କରିଛନ୍ତି ବିଜୟ । ତାଙ୍କ କହିବା ହେଲା ମମିତା ହତ୍ୟା ମାମଲାରେ ଅକ୍ଟୋବର ୧୩ ତାରିଖରେ ଏଫଆଇଆର କରିଥିଲା ପୋଲିସ । ହେଲେ ୧୬ ତାରିଖରେ କୋର୍ଟରେ କେସ ଡାଏରୀ କରିଛି । ତେବେ କାହିଁକି ୩ ଦିନ ବିଳମ୍ବ କଲା ପୋଲିସ ସେନେଇ ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର ।