THE BYAPINI

ରାଜନୀତିରେ ‘ରୋଷେଇ ଗ୍ୟାସ’

Get real time updates directly on you device, subscribe now.

ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡି । ଆସନ୍ତାକାଲି କଟକ ଆରଡିସି ଅଫିସ୍ ସମ୍ମୁଖରେ ଧାରଣା ଦେବ ବିଜେଡିର ସମସ୍ତ ଛାମୁଆ ସଂଗଠନ । ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ୍ ସହ ବ୍ଲକ ସମ୍ମୁଖ୍ୟରେ ଆନ୍ଦୋଳନ କରାଯିବ ।
ଦର ନକମିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଆନ୍ଦୋଳନ ପୁର ପଲ୍ଲୀ ଯାଏଁ ଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି । ଗ୍ୟାସ୍ ଦର ସାଢେ ୩ ବର୍ଷରେ ୭୦ ପ୍ରତିଶତ ବଢିଛି । ଅହେତୁକ ଦର ବୃଦ୍ଧି ଯୋଗୁ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକେ ଅତିଷ୍ଠ ହେଲେଣି । ଉଜ୍ଜଳା ଯୋଜନାରେ ମହିଳା ରିଫିଲ୍ କରିନପାରି ସମସ୍ୟା ଭୋଗୁଛନ୍ତି । ପ୍ରତିବାଦ ପରେ ବି ଦର ନକମିଲେ ପୁଣି ଆନ୍ଦୋଳନ କରାଯିବ ବୋଲି ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ କହିଛନ୍ତି।
ଶନିବାର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ଏଲ୍‌ପିଜି ଗ୍ୟାସ୍‌ ଦର ଗୃହିଣୀଙ୍କୁ ବାଧୁଛି । ଯେଉଁ ଏଲ୍‌ପିଜି ଉପରେ ୪୦୦ରୁ ୪୫୦ଟଙ୍କା ପର୍ୟ୍ୟନ୍ତ ସବ୍‌ସିଡି ମିଳୁଥିଲା ତାହାକୁ ଏବେ ତୈଳ କମ୍ପାନିଗୁଡ଼ିକ ୧୩ଟଙ୍କା ୯୫ପଇସାକୁ କମାଇଦେଲେଣି । ମା’ ଭଉଣୀଙ୍କ ଦେହରେ ଧୂଆଁ ବାଜିବନି ‌କହି ଯେଉଁମାନେ ମାଗଣାରେ ଉଜ୍ଜ୍ବଳା ଗ୍ୟାସ୍‌ ବାଣ୍ଟିଥିଲେ ସେମାନେ ଏବେ ସିଲିଣ୍ଡର କେମିତି ଭର୍ତ୍ତି ହେବ ଚିନ୍ତା କରୁନାହାନ୍ତି । ତେଣୁ ରନ୍ଧନ ଗ୍ୟାସ୍‌ ଉପରେ ଅତି କମ୍‌ରେ ୪୦୦ ଟଙ୍କା ସବ୍‌ସିଡି ନଦେଲେ ଲୋକଙ୍କର ଚଳିବା କଷ୍ଟକର ହୋଇଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.