ସୁପ୍ରିମୋ ଧରିବେ ପ୍ରଚାର ମଙ୍ଗ
ପିପିଲି ଯିବେ ନମ୍ବର ୱାନ ଷ୍ଟାର ପ୍ରଚାରକ । ଏବେଠୁ ପିପିଲି ଦାୟିତ୍ ନବୀନଙ୍କର । ପିପିଲିରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ।
ପିପିଲିର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇ ଜୁନିୟର ମହାରଥୀଙ୍କ ପାଇଁ କ୍ୟାମ୍ପେନିଂ କରିବେ ବୋଲି ସୂଚନା ଦେଇଛନ୍ତି ପିପିଲି ବିଜେଡ଼ି ପର୍ୟ୍ୟବେକ୍ଷକ ପ୍ରତାପ ଦେବ । ତେବେ କେବେ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବେ ତାହା ସ୍ଥିର ହୋଇନାହିଁ ।
ଆସନ୍ତା ୧୭ରେ ପିପିଲି ଉପନିର୍ବାଚନ ଥିବା ବେଳେ ପିପିଲି ପ୍ରଚାର । ସବୁ ଦଳ ପ୍ରାର୍ଥୀ ଓ ନେତା ଘର ଘର ବୁଲି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ପିପିଲିରେ ପ୍ରଚାର ଜୋର ସୋରରେ ଚାଲିଛି । ବିଜେଡି ପିପିଲିରେ ବାଜିମାତ କରିବ ।
ପିିପିଲିରେ ଏଥର ଦମଦାର ଲଢେଇ ଦେଖିବାକୁ ମିଳିବ । ପ୍ରଥମଥର ପାଇଁ ପିପିଲି ବାଜି କିଏ ଜିତିବ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ ହୋଇପଡିଛି । ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲିପଡିଥିବା ପିପିଲି ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ୍ ହେବ । ମେ’ ୨ ତାରିଖରେ ଉପନିର୍ବାଚନ ଫଳାଫଳ ଘୋଷଣା ହେବ ।