ବ୍ରହ୍ମପୁରରେ ମେୟର ପଦ ହାତେଇଲା ବିଜେଡି
ବିଜେଡି ହାତକୁ ଗଲା ବ୍ରହ୍ମପୁର ମହାନଗର ମେୟର ପଦବୀ । ବିଜୟୀ ହେଲେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ସଂଘମିତ୍ରା। ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ହରାଇ ମେୟର ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ସଂଘମିତ୍ରା। ଜୟ ପରେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କ ପ୍ରତିକ୍ରିୟା । ସମସ୍ତ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିର । ମହାନଗର ନିଗମ ବାସିନ୍ଦା ମୋତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।
ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ କିଏ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ଥିଲା। ବ୍ରହ୍ମପୁର ମେୟର ପଦ ବିଜେଡି ହାତକୁ ଯାଇଥିବା ବେଳେ ଏବେ ଭୁବନେଶ୍ୱର ଓ କଟକରେ କିଏ ବାଜିମାତ କରୁଛି ତାହା ଉପରେ ସମସ୍ତଙ୍କ ନଜର ।