THE BYAPINI

ବିପଦ ବେଳର ବନ୍ଧୁ ବାପି

Get real time updates directly on you device, subscribe now.


ମହାମାରୀ ଭଳି ମହାସଙ୍କଟରେ ଲୋକଙ୍କ ସାଥୀରେ ବିଜେଡିର ୟୁଥ୍ ୱିଙ୍ଗ୍ । ଭୂତାଣୁ ଭୟ ଭିତରେ ଲୋକଙ୍କ ଭରସା ଓ ବିଶ୍ୱାସର ସାଥୀ ଭାବେ ସାମ୍ନାକୁ ଆସିଛି ବିଜୁ ଯୁବ ଜନତା ଦଳ । ଆଉ ତାହା ବି ବିଜେଡିର ଯୁବ ସଭାପତି ତଥା ଚାନ୍ଦବାଲି ବିଧାୟକ ବାପି ରାୟଙ୍କ ନେତୃତ୍ୱରେ । କରୋନା କାଳରେ ଲୋକଙ୍କ ପାଖରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପହଞ୍ଚାଇଦେବା ଠାରୁ ଆରମ୍ଭ କରି କୋଭିଡ ବାବଦରେ ଟିକିନିକି ସୂଚନା ଯୋଗାଇଦେବାକୁ ସହାୟତା କେନ୍ଦ୍ର ଖୋଲିଥିବା ବେଳେ ଜାରି କରାଯାଇଛି ହେଲ୍ପଲାଇନ ନମ୍ବର । ରାଜ୍ୟରେ କୌଣସି ରାଜନୈତିକ ଦଳ ଭାବେ ଏଭଳି ପଦକ୍ଷେପ ନେବାରେ ବିଜେଡିର ୟୁଥ୍ ୱିଙ୍ଗ ସର୍ବପ୍ରଥମ । କରୋନା ଯେଉଁଭଳି କାୟା ମେଲାଉଛି, ଲୋକ ପରସ୍ପର ଠାରୁ ଦୂରେଇ ରହିବାକୁ ଉଚିତ ମଣୁଛନ୍ତି । କେହି କରୋନା ସଂକ୍ରମିତ ହେଲେ ସହାୟତା ତ ଦୂରର କଥା ପାଖ ମାଡୁନାହାନ୍ତି ଲୋକେ । ଏଭଳି ସ୍ଥଳେ ଲୋକଙ୍କୁ ସହାୟତା କରିବାକୁ ଯୁବ ବିଜେଡି ଆରମ୍ଭ କରିଛି ପ୍ରୟାସ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସଙ୍କଟ ବେଳେ ସାଥୀ ହେବାକୁ ଆଗେଇ ଆସିଛି ଦଳର ୟୁଥ୍ ୱିଙ୍ଗ୍ ।

କରୋନାର କରାଳ ରୂପ ପୂରା ବିଶ୍ୱ ଦେଖି ସାରିଲାଣି । ଦ୍ୱିତୀୟ ଲହର ଭାରତରେ ସାଂଘାତିକ ସ୍ଥିତି ସୃଷ୍ଟି କଲାଣି । ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ମାତ୍ରାରେ ସଂକ୍ରମିତ ହେଉଥିବା ବେଳେ ସତର୍କ ରହିବାକୁ କୁହାଯାଉଛି । ତେବେ ଏଭଳି ଏକ ବିପଦ ସମୟରେ ବନ୍ଧୁ ହୋଇ ସାମ୍ନାକୁ ଆସିଛନ୍ତି ବାପି ଓ ତାଙ୍କ ଟିମ୍ । ଯେଉଁ ଟିମ ପୂରା ରାଜ୍ୟରେ ଲୋକଙ୍କୁ କରୋନା ବାବଦରେ ସଚେତନ କରିବ । ଏହାସହ ଗରିବ ଓ ଅସହାୟଙ୍କୁ ସହାୟତାର ହାତ ବଢାଇବା ସହ ଟିକା ନେବା ପାଇଁ ଲୋକଙ୍କୁ ପଞ୍ଜୀକରଣରେ ସାହାଯ୍ୟ କରିବ ।

ବାପିଙ୍କ ନେତୃତ୍ୱରେ ୩୫ଟି ସାଙ୍ଗଠନିକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଜାରି ରହିବ । ଆଉ ଏଥିପାଇଁ ପ୍ରତି ସାଙ୍ଗଠନିକ ଜିଲ୍ଲାର ଯୁବ କର୍ମକର୍ତ୍ତାଙ୍କୁ ଏକାଠି କଲେଣି ବାପି । ଭର୍ଚୁଆଲ ବୈଠକରେ ମହାମାରୀ ଭଳି ମହାସଙ୍କଟରେ ଲୋକଙ୍କ ସହ ରହିବାକୁ ଆହ୍ୱାନ ଦେଇଛନ୍ତି ବାପି । ଏପରିକି ଏହି କାର୍ଯ୍ୟକୁ ନିଜର ଦାୟିତ୍ୱ ଭାବେ ଗ୍ରହଣ କରିବାକୁ କହିଛନ୍ତି ବାପି । ଆଉ ଏଭଳି ଏକ ପଦକ୍ଷେପ ଏବେ ବାପିଙ୍କୁ ବିପଦ ବେଳର ବନ୍ଧୁ ଭାବେ ପରିଚୟ ଦେଇଛି । କେବଳ ସୁଖରେ ନୁହେଁ ବରଂ ଦୁଃଖ ଓ ଅସୁବିଧା ସମୟରେ ବି ଦଳ ଓ ୟୁଥ୍ ୱିଙ୍ଗ୍ ରାଜ୍ୟବାସୀଙ୍କ ସହ ଅଛି ବୋଲି ବାର୍ତ୍ତା ଦେଇଛନ୍ତି ବାପି ।

ଆଉ ଏଭଳି ପଦକ୍ଷେପ ନେଇ ନବୀନଙ୍କୁ ବେଶ ଅନୁକରଣ କରୁଥିବା ନେଇ ସଂକେତ ଦେଇଛନ୍ତି ବାପି । କାରଣ ନବୀନ ଯେଉଁଭଳି ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦିଅନ୍ତି ତାହାର ଝଲକ ବାପିଙ୍କ କାର୍ଯ୍ୟଶୈଳୀରେ ଦେଖିବାକୁ ମିଳିଛି । ଆଉ ତାହା ବି ପୁଣି ମହାମାରୀ ସମୟରେ । ମହାମାରୀ ମୁକାବିଲା ପାଇଁ ନବୀନ ଜୋର ଦେଉଥିବା ବେଳେ ବାପି ମଧ୍ୟ ଏହି ଧାରାରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.