THE BYAPINI

ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି

Get real time updates directly on you device, subscribe now.

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ, ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି । ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଫେରାଦ ହୋଇଛି। ଚାନ୍ଦବାଲି ଗୋପୀନାଥପୁର ପଂଚାୟତ କାର୍ୟ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ ହୋଇଥିବା ଅଭିଯୋଗ ଆଣିଲା ବିଜେପି। ସରକାରୀ ଅଧିକାରୀ ଉପସ୍ଥିତ ଥାଇ ବି ଅଫିସରେ ରାଜନୈତିକ କାର୍ୟ୍ୟକ୍ରମ ହେବା ଆଚରଣ ବିଧି ଉଲଂଘନ କରୁଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ଗାଁ ଗଣ୍ଡାରେ ମୁଖ୍ୟମନ୍ତ୍ରୀ ହୋର୍ଡିଂ ଲାଗିଛି। ଜାଗା ମିଶନ ସହ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମର ହୋର୍ଡିଂ ଲାଗିଛି। କିଛି ସ୍କୁଲରେ ବି ଲାଗିଛି। ନିର୍ବାଚନ କମିଶନ କାଢ଼ିବା ପାଇଁ ପଦକ୍ଷେପ ନ ନେଲେ ବିଜେପି କର୍ମକର୍ତ୍ତା ଏହାକୁ କାଢ଼ିବା ସହ ପୋଷ୍ଟରରେ କାଳି ବୋଳିବାକୁ ବାଧ୍ୟ ହେବେ। ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତ କରିଥିବା ଭୋଟର ତାଲିକାରେ ବିଜେପିର ଆଶାୟୀ ପ୍ରାର୍ଥୀଙ୍କ ନାଁ ନାହିଁ। ଏ ଘଟଣାର ନିର୍ବାଚନ କମିଶନ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରନ୍ତୁ। ନଚେତ ନିର୍ବାଚନ କମିଶନ ଅଫିସ ଆଗରେ ବିଜେପି ଧାରଣା ଦେବ ବୋଲି ଲେଖଶ୍ରୀ ସାମନ୍ତସିଂହାର କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.