ଗୋରଖପୁରରୁ ନିର୍ବାଚନ ଲଢିବେ ଯୋଗୀ
ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବିଜେପିର ୟୁପି ଇନଜାର୍ଜ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମ ପର୍ୟ୍ୟାୟରେ ଭୋଟିଂ ହେବାକୁ ଥିବା ୫୮ଟି ଆସନରୁ ବିଜେପି ୫୭ଟି ଓ ଦ୍ୱିତୀୟ ପର୍ୟ୍ୟାୟରେ ଭୋଟିଂ ହେବାକୁ ଥିବା ୫୫ଟି ଆସନରୁ ୪୮ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରିଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଆଜି ଘୋଷଣା ୧୦୭ ଆସନରେ ବିଜେପି ୨୦ ଜଣ ନୂଆ ନେତାଙ୍କୁ ପ୍ରାର୍ଥୀ କରିଛି।
ସବୁ କଳ୍ପନା ଜଳ୍ପାନାର ଅନ୍ତ ଘଟାଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢିବେ ବୋଲି କୁହାଯାଇଛ ି । ଅନ୍ୟପଟେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ସିରାୟୁରୁ ପ୍ରାର୍ଥୀ ହେବେ । ପ୍ରଥମ କୁହାଯାଉଥିଲା କି ଯୋଗୀ ଆଦିତ୍ୟନାଥ ଅଯୋଦ୍ଧାରୁ ନିର୍ବାଚନ ଲଢିବେ । ହେଲେ ପାର୍ଟି ତରଫରୁ ତାଙ୍କୁ ଗୋରଖପୁରରୁ ନିର୍ବାଚନ ଲଢିବାକ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଥମ ପର୍ୟ୍ୟାୟରେ ୫୭ ଓ ଦ୍ୱିତୀୟ ପର୍ୟ୍ୟାୟରେ ୪୮ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏହି କ୍ରମରେ ଏଥର ୨୧ ଜଣ ନୂଆ ମୁହଁକୁ ପ୍ରାର୍ଥୀ କରିଥିବା ଜଣାପଡିଛି । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ ।
ପୂର୍ବରୁ ଯୋଗୀ ଗୋରଖପୁର ଲୋକସଭା ଆସନରୁ ଏକାଧିକ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଲୋକସଭା ଆସନ ଛାଡ଼ିବାକୁ ପଡ଼ିଥିଲା। ସେ ୟୁପି ବିଧାନ ପରିଷଦକୁ ନିର୍ବାଚନ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିଥିଲେ। ହେଲେ ସେ ୨୦୨୨ରେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଗୋରଖପୁରରେ ମାର୍ଚ୍ଚ ୩ ଅର୍ଥାତ ୬ଷ୍ଠ ପର୍ୟ୍ୟାୟରେ ଭୋଟିଂ ହେବ।