THE BYAPINI

ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ..ତେଜୁଛି ରାଜନୀତି

Get real time updates directly on you device, subscribe now.

ଚିତରଞ୍ଜନ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗକୁ ନେଇ ଏସପିଙ୍କୁ ମିଳିତ ଭାବେ ଭେଟିଲେ ଚିତରଞ୍ଜନଙ୍କ ପରିବାର ଓ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସ ବର୍ମା । ଚିତରଞ୍ଜନଙ୍କ ବାପା, ବଡବାପା, ଭାଇ ଓ ଭଉଣୀ ଘଟଣାର ବିଧିବଦ୍ଧ ତଦନ୍ତ କରି ହତ୍ୟାକାଣ୍ଡର ସମ୍ପୃକ୍ତି ଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଏସପିଙ୍କୁ ନିବେଦନ କରିଛନ୍ତି । ଟଙ୍କା ପାଇଁ ଚିତରଞ୍ଜନଙ୍କୁ ହତ୍ୟାକରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ୍ୟୁ ଘଟଣାର ୨ଦିନ ପରେ ବି ଜଗାକୁ ଏଯାଏଁ ଗିରଫ କରାଯାଇନାହିଁ । ତେଣୁ ଦୋଷୀକୁ କଠୋର ଦଣ୍ଡବିଧାନ କରିବାକୁ ଏସପିଙ୍କୁ ନିବେଦନ କରିଛନ୍ତି ମୃତ ଚିତରଞ୍ଜନଙ୍କ ପରିବାର । ସେପଟେ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା ବି ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଘଟଣାକୁ ଗୁରୁତର ସହ ବିଚାରକରି ତଦନ୍ତ କରିବାକୁ ସେ ଏସପିଙ୍କୁ କହିଛନ୍ତି ।

ସେପଟେ ଚିତରଞ୍ଜନଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି । ଘଟଣାରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ସମ୍ପୃକ୍ତି ଅଭିଯୋଗ କରି ଇସ୍ତଫା ଦାବି କରିଛି ବିଜେପି । ଚିତରଂଜନଙ୍କ ମୃତୁକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଜେପି କହିଛି, ଏହି ଘଟଣାକୁ ନେଇ ରାଜନୀତି କରିବା ଉଦ୍ଦେଶ୍ୟ ନୁହେଁ । ଏବଂ ଯେତେବେଳେ ନେତାଙ୍କ ନିର୍ଦ୍ଦେଶରେ ଏମିତି ଘଟଣା ଘଟେ ସେତେବେଳେ ବିଜେପି ମୁହଁ ଖୋଲିବାକୁ ବାଧ୍ୟ ହୁଏ ବୋଲି କହିଛନ୍ତି ବିଜେପି ବିଧାୟକ ।

ଏପଟେ ଚିତରଂଜନ ପଲେଇଙ୍କ ମୃତ୍ୟୁ ଯେତିକି ରହସ୍ୟ ସୃଷ୍ଟି କରିଛି, ସେତିକି ବିବାଦ ମଧ୍ୟ ଠିଆ କରିଛି । ଆଜି ଚିତରଂଜନଙ୍କ ଡ଼େଥ ସ୍ପଟରେ ଫରେନସିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି । ଡ଼୍ରୋନ୍ ମାଧ୍ୟମରେ ଭିଡ଼ିଓ ରେକର୍ଡିଂ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.