THE BYAPINI

ନିର୍ବାଚନ କମିଶନଙ୍କୁ ବିଜେପିର ଟାର୍ଗେଟ

Get real time updates directly on you device, subscribe now.

ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ବିଜେପିିର ଟାର୍ଗେଟ । ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବା ପାଇଁ ଦାବି କଲା ଦଳ । ଲୋକସଭା ଓ ବିଧାନସଭା ନିର୍ବାଚନ ୫ ବର୍ଷ ପୂରିବା ପରେ ଯେମିତି ନିର୍ବାଚନ କରିବାକୁ ବାଧ୍ୟ, ସେମିତି ପଞ୍ଚାୟତ ଓ ପୌର ସମୟ ଅବଧି ଶେଷ ହେଲେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ବାଧ୍ୟ । ରାଜ୍ୟ ନିର୍ବାଚନ କମିଶନଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚେତାବନୀ ଦେଇଛି ବିଜେପି ।ଭାରତୀୟ ନିର୍ବାଚନ କମିଶନଙ୍କୁ ମହାଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଏ, ସେମିତି ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବହିଷ୍କାର କରାଯାଇପାରିବ ବୋଲି କହିଛି ବିଜେପି।

୨୦୧୮ ମସିହାରୁ କାର୍ୟ୍ୟକାଳ ସରିଥିବା ପୌର ସଂସ୍ଥାର ନିର୍ବାଚନ ଏଯାଏଁ ହୋଇନି । ତେଣୁ ରାଜ୍ୟ ନିର୍ବାଚନ କମିଶନ ପଦବୀରେ ବସିବାର ଅଧିକାର ନାହିଁ ବୋଲି ବିଜେପି କହିଛି । ତାସହ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ନେଇ ଦାବି କରିଛି ବିଜେପି। ୫ ଟି ମହାନଗର ଓ ୧୦୯ ପୌର ପରିଷଦରେ ଏପର୍ୟ୍ୟନ୍ତ ନିର୍ବାଚନ ହୋଇନାହିଁ । ନିର୍ବାଚନ ବିଳମ୍ବ ମାମଲାରେ ମୁଖ୍ୟ ନିର୍ବାଚନ ଅଧିକାରୀ ହାଇକୋର୍ଟ ଯାଆନ୍ତୁ, ୭ ଦିନ ମଧ୍ୟରେ ହାଇକୋର୍ଟ ନଗଲେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଅଣାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ୟ୍ୟ ।

Get real time updates directly on you device, subscribe now.

Leave A Reply

Your email address will not be published.