THE BYAPINI

ମୟୁରଭଂଜ: ବିଜେପି ନେତାଙ୍କୁ ପିଟିପିଟି ହତ୍ୟା

Get real time updates directly on you device, subscribe now.

ବିଜେପି ନେତାଙ୍କୁ ନିର୍ମମ ହତ୍ୟା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନୂଆସାହିରେ ବିଜେପିର ବାଲେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ବାଡ଼େଇ ବାଡ଼େଇ ମାରିଦେଇଛନ୍ତି ଦୁର୍ବୃତ୍ତ। ଗାଡି ସାଇଡ ମରାକୁ କେନ୍ଦ୍ର କରି ବିଚ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ ଦୁର୍ବୃତ୍ତ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ।

ବିଜେପିର ବାଲେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍ ନୂଆସାହିରେ ଶ୍ୱଶୁର ଘର । ଶୁର ଘର ପାଖରେ ଗାଡ଼ି ସାଇଡ୍ ମରାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଦୁଇଟି ବାଇକ୍ରେ ଚାରି ଜଣ ଯୁବକ ଆସି ତାଙ୍କୁ ଅଟକାଇ ଥିଲେ। । ଇଣ୍ଡିକେଟର ନ ଦେଇ କାହିଁକି ସାଇଡ୍ ମାରିଲ ବୋଲି କହି ସେମାନେ ରଞ୍ଜିତଙ୍କୁ କାର ଭିତରୁ ଘୋଷାରି ଆଣି ବାଡେଇ ବାଡେଇ ଅତି ନିର୍ଦ୍ଦୟ ଭାବେ ପିଟିଥିଲେ। ପାଟିତୁଣ୍ଡ ଶୁଣି ରଞ୍ଜିତଙ୍କ ଶ୍ୱଶୁର ଘର ଲୋକେ ସେଠାରେ ପହଞ୍ଚିଲା ବେଳକୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ରଞ୍ଜିତ ଚେତାଶୂନ୍ୟ ହୋଇଯାଇଥିବା ବେଳେ ଶ୍ୱଶୁର ଘର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ତିପଦା ଥାନାରେ ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଚଳାଇଛି । . ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଏବେସୁଦ୍ଧା ଗିରଫ କରି ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.