ଥାନା ଭିତରେ ଧସେଇ ପଶିଲେ
ମମିତା ମେହେର ମୃତ୍ୟୁ ମାମଲାରେ କ୍ୟାପିଟାଲ ଥାନା ଭିତରେ ଧସେଇ ପଶିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ମନ୍ତ୍ରୀଙ୍କ ନାଁରେ ଏଫଆଇଆର୍ ଦେବାକୁ ଆସିଥିବା ବିଜେପି ମହିଳା ମୋର୍ଚ୍ଚାର କର୍ମୀ ମାନେ ଥାନା ଭିତରେ ଧସେଇ ପଶିବା ସହିତ ସେଠାରେ ହଙ୍ଗାମା କରିଛନ୍ତି ।
ଥାନା ଭିତରେ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଧସେଇ ପଶି ଟେବୁଲ ବାଡେଇ ସେମାନେ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ । ବିଜେପି ନେତା ଲେଖାଶ୍ରୀ ସାମନ୍ତସିଂହାରଙ୍କ କହିବା ମୁତାବକ, ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ । ମନ୍ତ୍ରୀ ପଦରେ ରହିଲେ ଏହାର ତଦନ୍ତ ଠିକ୍ ଭାବେ ହୋଇପାରିବ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି । ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ନାହିଁ, ତେବେ ଏହି ଘଟଣାରେ ତାଙ୍କ ନାଁ କାହିଁକି ଆସୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ କଳାହାଣ୍ଡିରେ ମଧ୍ୟ ଗର୍ଜିଛି କଂଗ୍ରେସ । ଗୃହ ରାଜ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦଳ ଜିଲ୍ଲାପାଳ ଅଫିସର ଘେରାଉ କରିଛି । ଏହାସହ ମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନ ଉପରେ ଅଣ୍ଡା ଓ ଟୋମାଟୋ ମାଡ କରିଛି ଯୁବ କଂଗ୍ରେସ ।