ବାଲେଶ୍ୱର: କାହିଁକି ରହିବନି ମୋଦିଙ୍କ ଫଟୋ?
ଟିକାକରଣ କେନ୍ଦ୍ରରେ ଲାଗିବ କାହା ଫଟୋ? ଏହାକୁ ନେଇ ଉତେଜନା । ବାଲେଶ୍ୱରରେ ଟୀକା କେନ୍ଦ୍ରରେ ବିଜେପି କର୍ମୀଙ୍କ ହଙ୍ଗାମା । ଗାନ୍ଧୀସ୍ମୃତି ଭବନ ପରିସରରେ ଟିକାକରଣ କାର୍ୟ୍ୟକ୍ରମର ଉଦଘାଟନ ଉତ୍ସବକୁ ବିଜେପି କର୍ମୀମାନେ ଧସେଇ ପଶିଛନ୍ତିା ଟିକାକରଣ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିଜେପି କର୍ମି ପ୍ରତିବାଦ କରିଛନ୍ତି । । କାର୍ୟ୍ୟକ୍ରମରେ ଜିଲ୍ଲା ପ୍ରଶାସନ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଫୋଟୋ କାହିଁକି ଲଗାଗଲା ନାହିଁ ବୋଲି ଅଭିଯୋଗ କରି ବିଜେପି କର୍ମୀମାନେ ହୋହଲ୍ଲା କରିଥିଲେ ।
କେନ୍ଦ୍ର ଟିକା ଦେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର କାହିଁକି ରହିବ ? ବିଜେପି କର୍ମୀମାନେ ଏଭଳି ପ୍ରଶ୍ନ କରିବା ସହ ସେମାନେ ମୋଦୀଙ୍କ ଫଟୋ ନେଇ ଟିକାକରଣ କେନ୍ଦ୍ରରେ ରଖିବା ପରେ ଉତେଜନା ସୃଷ୍ଟି ହୋଇଛି । ଟିକାକରଣ କାର୍ୟ୍ୟକ୍ରମର ଉଦଘାଟନ ପୂର୍ବରୁ ବନ୍ଧା ଯାଇଥିବା ରିବନଫିତା ଟାଣି ଛିଡ଼ାଇ ଦେବା ସହ ଭିତରକୁ ଧସେଇ ପଶିଥିଲେ। ଫିତା ଛଡାଇବା ସହ ମଂଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନେଇ ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ କେବଳ କାହିଁକି ଲାଗିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ କାହିଁକି ଲାଗିବନି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରି ଏ ସମ୍ପର୍କରେ ପଚାରିଥିଲେ ।
ସେପଟେ ଟିକାକରଣ କେନ୍ଦ୍ରରେ ଉତେଜନା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।ଟିକାକରଣ କେନ୍ଦ୍ରରେ ଫାଟୋ ନେଇ ରାଜନୀତି ହେବା ଉଚିତ ନୁହେଁ ।ଟିକାରେ କଣ କେନ୍ଦ୍ର ଫଣ୍ଡ, ଏଥିରେ କଣ ରାଜ୍ୟମାନଙ୍କର ଯୋଗଦାନ ନାହିଁ ବୋଲି ଦେବୀ ମିଶ୍ର ପ୍ରଶ୍ନ କରିଛନ୍ତି ।ଏହାକୁ ନେଇ ହୀନ ରାଜନୀତି କରିବା ଉଚିତ ନୁହେଁ ବୋଲି ଦେବୀ ମିଶ୍ର କହିଛନ୍ତି ।