THE BYAPINI

ପୁଣି ବିଜେପି ବିଧାୟକଙ୍କ ଆତ୍ମାହୁତି ଧମକ

Get real time updates directly on you device, subscribe now.

ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ୟ୍ୟାୟ ବିଧାନସଭା ବଜେଟ ଅଧିବେଶନ । ହେଲେ ଆରମ୍ଭୀରୁ ହିଁ ଗୃହକୁ ଚଲାଇଦେଇନାହାନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ଧାନ ମଣ୍ଡି ସମସ୍ୟା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପୁଣି ଥରେ ଆତ୍ମାହୁତି ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ତାଙ୍କ କହିବାନୁଯାୟୀ, ସାରା ରାଜ୍ୟରେ ଧାନ ମଣ୍ଡି ସମସ୍ୟା ଦେଖାଯାଉଛି । ମଣ୍ଡିରୁ ଧାନ ଉଠୁନାହିଁ । ଯେଉଁ ଚାଷୀମାନେ ଧମକ ଦେଇଥିଲେ ଆହ୍ମହତ୍ୟା କରିବୁ, ସେମାନଙ୍କ ଧାନ ଉଠାଗଲା , ଅନ୍ୟମାନଙ୍କ ଧାନ ସେମିତି ପଡି ରହିଛି । ଗୃହରେ କଂଗ୍ରେସ ଓ ବିଜେପିର ହଟଗୋଳଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି।

ପ୍ରଥମେ ପ୍ରଶ୍ନକାଳ ଆରମ୍ଭରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟଭାଗକୁ ମାଡି ଆସି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଶ୍ନକାଳ ଚାଲି ପାରିନଥିଲା । ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ରଖାଯାଇଥିଲା । ହେଲେ ପରେ ବି ଗୃହ ସ୍ୱାଭାବିକ ନହେବାରୁ ବିଧାନସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି । ତାସହ ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ ବିବୃତି ଦେବାକୁ ବି ରୁଲିଂ ଦେଇଛନ୍ତି ବାଚସ୍ପତି । ଧାନକିଣା ପ୍ରସଙ୍ଗରେ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ‘ଗତ ଥର ବିଧାନସଭା ଧାନମଣ୍ଡି ସମସ୍ୟାକୁ ନେଇ ଅଚଳ ହୋଇଥିଲା। ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି। ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ଯେ ପ୍ରକୃତ ଚାଷୀଙ୍କ ଠାରୁ ସମସ୍ତ ଧାନ କିଣାଯିବ। ଦଲାଲମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ଗିରଫ କରାଯିବ। ମାତ୍ର ଦୁର୍ଭାଗ୍ୟଜନକ କଥା ମନ୍ତ୍ରୀ ଗୃହରେ ବିବୃତି ରଖିବା ପରେ ମଣ୍ଡିରୁ ଧାନ ଉଠିଲା ନାହିଁ। ଚାଷୀ ଯିବେ ଏବେ କୁଆଡେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଧାନ କିଣା ପ୍ରସଙ୍ଗରେ ବିଜେପି କହିଛି,ସରକାର ଗୃହର ଗାରିମା ଭାଙ୍ଗିଛନ୍ତି, ଗୃହର ନିଷ୍ପତ୍ତି କାର୍ୟ୍ୟକାରୀ ହେଉନି । ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ଗୃହ ଯେଉଁ ନିଷ୍ପତ୍ତି ନେଇଛି ତାହା କାର୍ୟ୍ୟକାରୀ ହୋଇପାରୁନି। ଆଜି ବି ଅନେକ ମଣ୍ଡିରେ ଧାନ ପଡ଼ିଛି ଗାଈଗୋରୁ ଖାଉଛନ୍ତି । ତେଣୁ ସରକାର ତୁରନ୍ତ ଧାନ ଉଠାଇବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.