ଶାହାଙ୍କୁ ଭେଟିଲେ ବିଜେଡି ସାଂସଦ
ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ ।କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଦାବି କରିଛନ୍ତି।ଉଭୟ ଲୋକସଭା ଓ ରାଜ୍ୟ ସଭାର ବିଜେଡି ସାଂସଦ ମାନେ ଗୃହମନ୍ତ୍ରୀଙ୍କୁ ତାଙ୍କ ପାର୍ଲାମେଂଟ ଚ୍ୟାମ୍ପରରେ ଭେଟି ସ୍ମାରକପତ୍ର ଦେଇଛନ୍ତି । ରାଜ୍ୟମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକକୁ ବଢ଼ାଇବାକୁ ଏକ ବିଲ ଆଣିବାକୁ ବିଜେଡି ସାଂସଦମାନେ ଦାବି କରିଛନ୍ତି । ଜାତିଗତ ଜନଗଣନା କରି ଏସିବିସି ଓ ଓବିସି ମାନଙ୍କ ଚିହ୍ନଟ ଓ ଗଣନା ପାଇଁ ମଧ୍ୟ ଏଥିରେ ଦାବି କରାଯାଇଛି ।
ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଆଦି ବିଭିନ୍ନ ବର୍ଗକୁ ମିଶିଲେ ପାଖାପାଖି ୩୯ ପ୍ରତିଶତ ସଂରକ୍ଷଣସ ସୀମା ଟପିଯାଉଛି। ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ କେମିତି ଦିଆଯିବ। ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ସର୍ବୋଚ୍ଚ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ଧାର୍ୟ୍ୟ କରିଛନ୍ତି। ଏଣୁ ଓଡ଼ିଶା ଭଳି ରାଜ୍ୟରେ ମାତ୍ର ୧୧ ପ୍ରତିଶତ ଓବିସି ଲାଭ ପାଇପାରିବେ। ଗତକାଲି ସଂସଦରେ ଓବିସି ସଂଶୋଧନ ବିଲ୍ ଆଲୋଚନା ବେଳେ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଦାବି ହୋଇଥିଲା। ବିଜେଡି ସହ ଶିବସେନା ସାଂସଦ ଏନେଇ ଦାବି କରିଥିଲେ।