THE BYAPINI

ପରୀ ପାଇଁ ପୁରନ୍ଦେଶ୍ୱରୀ!

Get real time updates directly on you device, subscribe now.

ପ୍ରଭାରୀ ଦାୟିତ୍ୱ ନେଇ ଓଡିଶା ଆସୁ ଆସୁ ପ୍ରସଙ୍ଗ ଭିତ୍ତିକ ଲଢେଇ ପାଇଁ ଅଂଟା ଭିଡିଦେଲେ ଡି. ପୁରନ୍ଦେଶ୍ୱରୀ । ପରୀକୁ ନ୍ୟାୟ ଦେବା ପାଇଁ ଆଗକୁ ଆସିଛନ୍ତି ପ୍ରଭାରୀ । ଯଦୁପୁର ଗାଁରେ ପହଂଚି ପରୀ ପରିବାରକୁ ଭେଟି ଆଲୋଚନା ବି କରିଛନ୍ତି । ଏଥିରୁ ସ୍ପଷ୍ଟ ବାର୍ତ୍ତା ମିଳିଛି, ପରୀ ପ୍ରସଙ୍ଗକୁ ସହଜରେ ଛାଡିବ ନାହିଁ ବିଜେପି । ସେହିଭଳି ପ୍ରଭାରୀ ତାଙ୍କର ପ୍ରଥମ ରାଜନୈତିକ କାର୍ଯ୍ୟ ଭାବେ ଏହି ପ୍ରସଙ୍ଗକୁ ହାତକୁ ନେଇଥିବାରୁ ବିଜେପି ମହଲରେ ମଧ୍ୟ ଜୋଶ ଆସିଛି ।

ପରୀ ପାଇଁ ପଦଯାତ୍ରା କରିବାକୁ ମଧ୍ୟ ପୂର୍ବରୁ ଘୋଷଣା କରିସାରିଛି ରାଜ୍ୟ ବିଜେପି । ଆସନ୍ତା ଡିସେମ୍ବର ୨୧ତାରିଖରେ ଭୁବନେଶ୍ୱରରୁ ନୟାଗଡ଼ ଜିଲ୍ଲା ଯଦୁପୁରକୁ ଦଳ ବିଶାଳ ପଦଯାତ୍ରା ଆୟୋଜନ କରିବ । ହେଲେ ଏହା ପୂର୍ବରୁ ଅର୍ଥାତ୍ ଆସନ୍ତା ୧୫ ତାରିଖରେ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ପଦଯାତ୍ରା କରିବାକୁ ଦଳ ଯୋଜନା ତିଆରି କରୁଛି।

ପରୀ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିକୁ ନେଇ ଜିଦରେ ଅଟଳ ରହିଛି ରାଜ୍ୟ ବିଜେପି । ୨୦୧୯ ନିର୍ବାଚନ ପରେ ଏହାକୁ ରାଜ୍ୟ ରାଜନୀତିର ସବୁଠାରୁ ବଡ ମୁଦ୍ଦା କରି ଦଳ ଲଢିଚାଲିଛି । ବିଧାନସଭା ଭିତରେ ଆଉ ବାହାରେ ଆନ୍ଦୋଳନକୁ ଜୋରଦାର କରିବା ସହ ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଯାଇ ପହଂଚି ସାରିଲାଣି । ସରକାରଙ୍କ ଉପରେ ଚାପ ବଢୁଥିବା ବେଳେ ଏସଆଇଟି ତଦନ୍ତରୁ କିଛି ସୁଫଳ ମିଳୁନାହିଁ । ଯାହା ସରକାରଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.