THE BYAPINI

ପୁରନ୍ଦେଶ୍ୱରୀଙ୍କ ‘ପରୀ’ କଥା

Get real time updates directly on you device, subscribe now.

ରାଜ୍ୟ ବିଜେପି ପ୍ରଭାରୀ ନିଜ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ କରିବା ସହ ପରୀ ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର । ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ଉଦ୍ୟମ ହେଉଥିବା ନେଇ ସେ ସାଂଘାତିକ ଅଭିଯୋଗ କରିଛନ୍ତି । ସେହିଭଳି ରାଜ୍ୟରେ ଅଫିସର ଶାସନ ଚାଲିଥିବା କଥା ମଧ୍ୟ ନିଜ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସେ ଉଲ୍ଲେଖ କରିଛନ୍ତି । ଲୋକ ନବୀନଙ୍କୁ ଭୋଟ ଦେଇଛନ୍ତି ଅଫିସରଙ୍କୁ ନୁହେଁ। ଶାସନ ନବୀନ ପଟ୍ଟନାୟକ କରିବାକଥା କୌଣସି ଅଫିସରଙ୍କୁ ନୁହେଁ। ଏହାରି ଜରିଆରେ ପରୋକ୍ଷରେ ସରକାରୀ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ପୁରନ୍ଦେଶ୍ୱରୀ ଚେଷ୍ଟା କରିଛନ୍ତି ।

ପରୀ ମାମଲାରେ ସିବିଆଇ ତଦନ୍ତ ଦାବିକୁ ଦୋହାରାଇବା ସହ ଏସଆଇଟି ତଦନ୍ତରେ ଭରସା ନାହିଁ ବୋଲି କହିଛନ୍ତି ପ୍ରଭାରୀ । ଏହା ଜରିଆରେ ପରିକୁ ନ୍ୟାୟ ମିଳିପାରିବ ନାହିଁ । ରାଜ୍ୟ କଂଗ୍ରେସର ଆଭିମୁଖ୍ୟକୁ ମଧ୍ୟ ପରୀ ମାମଲାରେ କାଠଗଡାକୁ ଟାଣିବାକୁ ଉଦ୍ୟମ କରି କହିଛନ୍ତି, କଂଗ୍ରେସ ବିଜେଡ଼ି ସହ ମିଶିଛି ବିଜେପି ନୁହେଁ। ପରୀ ମାମଲାରେ କଂଗ୍ରେସ ବିଧାୟକ ସରକାରୀ ଦଳ କଥାରେ ପରିଚାଳିତ ହେଉଥିବା ତାଙ୍କ ଦଳର ବିଧାୟକ ନିଜେ କହିଛନ୍ତି। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି । କହିଛନ୍ତି, ପ୍ରଥମେ ନିଜେ ନରସିଂହ ମିଶ୍ର କହିଲେ ଏସଆଇଟି ତଦନ୍ତ ନିର୍ଦ୍ଦେଶରେ ଦଳ ଖୁସି ଯେହେତୁ ଦଳର କଥା ରହିଲା ହେଲେ ପରେ କହୁଛନ୍ତି ଏସଆଇଟି ମୁଖ୍ୟଙ୍କର ପୋଲିସ ପାୱାର ନାହିଁ। ଏଭଳି ଉକ୍ତିକୁ ସେ ନାପସନ୍ଦ ମଧ୍ୟ କରିଛନ୍ତି ।

ରାଜ୍ୟରେ ବିଜେପି ସତ୍ତାକୁ ଆସିବାକୁ ଲକ୍ଷ୍ୟ ରଖିଛି ହେଲେ ଲକ୍ଷ୍ୟ କିନ୍ତୁ ରହିଛି ଲୋକଙ୍କ ସେବା କରିବା । ଅର୍ଥାତ୍ ଦଳ କ୍ଷମତାକୁ ଆସିଲେ ହିଁ ଲୋକଙ୍କ ସେବା କରିପାରିବ ବୋଲି ସେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ଗତ ତିନି ଦିନ ଧରି ଦଳର ପଦାଧିକାରୀ, ନେତାଙ୍କ ସହ ଆଲୋଚନା କରିବା ପରେ ଆଗାମୀ ରୋଡମ୍ୟାପ୍ ନେଇ ବିଶଦ ଭାବରେ ସେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.