ରାଜଭବନ ଆଗରେ ବିଜେପିର ଧାରଣା
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ ସ୍ଥାନାନ୍ତର ଦାବିକୁ ଜୋରଦାର କଲା ବିଜେପି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଏକାଠି ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଜେପି ବିଧାୟକ ଓ ନେତା । ରାଜଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି ବିଧାୟକ ଓ ନେତା ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ସ୍ଥାନାନ୍ତରରେ ଟାଳଟୁଳ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ?ଆଇନ୍ ଅନୁସାରେ ୨ଜଣ ସାଂସଦ ଏବଂ ୧୧ ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବା କଥା କିନ୍ତୁ ୨୦୧୬ ପରଠାରୁ ଏହା ଗଠନ ହୋଇନାହିଁ । ୨୦୧୬ ପରଠାରୁ କାହିଁକି ଗଠନ ହୋଇନାହିଁ ପରିଷଦ ବୋଲି ପ୍ରଶ୍ନ କରିଛନ୍ତି? କେବଳ ଅଧ୍ୟକ୍ଷଙ୍କୁ ନେଇ କେମିତି ଚାଲିଛି ଡବ୍ଲୁଓଡିସି ? ଜଣେ ବ୍ୟକ୍ତି କେମିତି ପରିଚାଳନା କରୁଛନ୍ତି ୨୦୦ କୋଟିର ବଜେଟ୍ ? ଏହାରି ଭିତରେ ବିକାଶ ପରିଷଦର ବଜେଟ୍ ୧୦୦ ରୁ ୨୦୦ କୋଟିକୁ ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।