THE BYAPINI

ବିଧାୟକଙ୍କ ପଛରେ ଛିଡାହେଲା ବିଜେପି

Get real time updates directly on you device, subscribe now.

ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ସମର୍ଥନରେ ବାହାରିଲା ବିଜେପି । ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସୁବାଷ ପାଣିଗ୍ରାହୀଙ୍କୁ ବିଜେଡି ଟାର୍ଗେଟ ପରେ ଏବେ ତାଙ୍କ ସମର୍ଥନରେ ବାହାରିଛି ଦଳ । ବିଧାନସଭା ଭିତରେ ସୁବାସ ଯାହା କରିଛନ୍ତି ଠିକ୍ କରିଛନ୍ତି, ଦଳ ତାଙ୍କ ସହ ରହିଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମଣ୍ଡିରେ ମାସ ମାସ ଧରି ଚାଷୀଙ୍କ ଧାନ ପଡ଼ିରହୁଛି । ମନ୍ତ୍ରୀ ଏ ନେଇ ପ୍ରତିଶୃତି ମଧ୍ୟ ଦେଇଥିଲେ ଧାନ ଉଠିବ ବୋଲି, କିନ୍ତୁ ବିଭିନ୍ନ ସ୍ଥାନରେ ଧାନ ଉଠୁନଥିବା ଅଭିଯୋଗ ହେଉଛି । ତେଣୁ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଗୃହ ଭିତରେ ଯାହା କରିଛନ୍ତି ତାହା ଠିକ୍ । ମୁଖ୍ୟମନ୍ତ୍ରୀ ୬୦୦ କିଲୋମିଟର ଦୂରରେ ଦଳୀୟ ସଭାରେ ଯୋଗ ଦେଇପାରିଲେ କିନ୍ତୁ ଦେଢ କିଲୋମିଟର ଦୂରରେ ଥିବା ବିଧାନସଭାକୁ ଆସିଲେନି।ଏହା ଠାରୁ ବଡ ବିରଳ ଘଟଣା କଣ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ଶିମିଳିପାଳରେ ନିଆଁ ଲାଗିଥିବା ବେଳେ ବିଜେଡିର ନେତା ବାରିପଦାରେ କ୍ରିକେଟ ଖେଳୁଥିଲେ, ଏହାଠାରୁ ବଡ ବିରଳ ଘଟଣା ହୋଇପାରେ । ଚାଷୀଙ୍କ ସହ ପ୍ରତାରଣା କରିଥିବାରୁ ମୁଖ୍ୟମନ୍ତ୍ରୀ ଆଗ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।ଓଡିଶାର ସରକାର କଣ ରାଜ୍ୟକୁ ଏଭଳି ସ୍ଥିତିକୁ ନେଇ ଗଲେଣି ଯେ ଓଡିଶାବାସୀ ଘରେ ଘରେ ଆତ୍ମହତ୍ୟା କରିବେ । ରାଜ୍ୟ ସରକାର ନିଜ ଦାୟିତ୍ୱ ମୁଣ୍ଡରୁ ଓହ୍ଲାଇ ପାରିବେ ନାହିଁ, ଚାଷୀଙ୍କ ଧାନ ଉଠିବ ଆଉ ତାହା ବି ପୁଣି ସରକାରଙ୍କ ଦ୍ୱାରା । ଯିଏ ଟୋକନ ପାଇଥାଉ ବା ନ ପାଇଥାଉ ସମସ୍ତଙ୍କର ଧାନ ଉଠିବ, ଏ ଦାୟିତ୍ୱ ରାଜ୍ୟ ସରକାର ନ ନେବା ପର୍ୟ୍ୟନ୍ତ ବିଜେପି ପକ୍ଷରୁ ପ୍ରତିବାଦ ଜାରି ରହିବ ବୋଲି ଚେତବନୀ ଦେଇଛନ୍ତି ଲେଖାଶ୍ରୀ ।ସେପଟେ ବିଜେଡି କହିଛି, ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରି ଗୃହର ମର୍ଯାଦା କ୍ଷୁର୍ଣ୍ଣ କରିଛନ୍ି । ତେଣୁ ସେ କ୍ଷମା ମାଗନ୍ତୁ ।

Get real time updates directly on you device, subscribe now.

Leave A Reply

Your email address will not be published.