THE BYAPINI

କରୋନା ବେଳେ ଔଷଧ କଳାବଜାରୀ ଉପରେ ତୀକ୍ଷଣ ନଜର

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ସାଂଘାତିକ ଭାବେ ବ୍ୟାପୁଥିବା ବେଳେ ଔଷଧ କଳାବଜାରୀ ଉପରେ ମଧ୍ୟ ନଜର ରହିବ । କରୋନା ସମୟରେ କଳାବଜାରୀ ରୋକିବା ଉପରେ ପୋଲିସର ରହିବ ତୀକ୍ଷଣ ନଜର । ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । କଳାବଜାରୀ ରୋକିବାକୁ କମିଟି ଗଠନ କରାଯାଇଛି। ଜରୁରୀ ଔଷଧ, ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବା ପାଇଁ ଗଠନ କରାଯାଇଛି ସ୍ୱତନ୍ତ୍ର ସ୍କ୍ୱାଡ ।

ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାଡ ହୋଇଛି। ସେଥିରୁ କଟକ ଓ ଭୁବନେଶ୍ୱର ପାଇଁ ୭ଟି ସ୍କ୍ୱାଡ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ ସ୍କ୍ୱାଡ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ଗଣମାଧ୍ୟମକୁ କହିଛନ୍ତି। ଏହି ସ୍କ୍ୱାଡ଼ ଷ୍ଟକ୍‌ ଯାଞ୍ଚ କରିବେ। ଯଦି କିଛି କଳାବଜାର ହେଉଥିବ, ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି। ବିଶେଷ କରି ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ବରଗଡ ସହ ଅନ୍ୟ ଜିଲ୍ଲା ଫୋକସରେ ରହିବ ।

କଳାବଜାରି ନେଇ ସୂଚନା ମିଳିଲେ କ୍ରିମିନାଲ ଆଇନ ଅନୁସାରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ । ଟ୍ଵିନ ସିଟିରେ ଏସଟିଏଫ୍, ଡିଆଇଜି, କ୍ରାଇମବ୍ରାଞ୍ଚ ଆଇଜି, ଡ୍ରଗ କଂଟ୍ରୋଲର ଓ ପୋଲିସ କମିଶନରଙ୍କ ଅଫିସର ବରିଷ୍ଠ ପୋଲିସ ଅଧିକାରୀ ଦାୟିତ୍ୱରେ ରହିବେ ।

Get real time updates directly on you device, subscribe now.

Leave A Reply

Your email address will not be published.