କରୋନା କଟକଣାରେ ହେବ ମହାଶିବରାତ୍ରୀ
ଆଉ ଦିନ କେଇଟା ପରେ ମହାଶିବରାତ୍ରୀ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଭିଡ ଗାଇଡଲାଇନ ଅନୁଯାୟୀ ଚଳିତ ବର୍ଷ ଲିଙ୍ଗରାଜ ମହାପ୍ରଭୁଙ୍କରଜାଗର ଅନୁଷ୍ଠିତ ହେବ । ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଆଜି ବୈଠକରେ ଆଲୋଚନା ପରେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଚଳିତ ବର୍ଷ ସମସ୍ତ କୋଭିଡ୍ ଗାଇଡଲାଇନକୁ ପାଳନ କରି ଶିବରାତ୍ରୀ ପାଳନ ହେବ ।
ଭକ୍ତମାନେ ଗର୍ଭଗୃହରେ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । କେବଳ ଆଡ଼କାଠରେ ରହି ମହାଦେବଙ୍କ ଦର୍ଶନ କରିବେ। ଏଥି ସହିତ ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଶିବରାତ୍ରୀରେ ଅଂଶଗ୍ରହଣ କରିବାକୁ ଅନୁମତି ମିଳିବ ନାହିଁ । ।ସମ୍ପୂର୍ଣ୍ଣ ବ୍ୟାରିକେଡ୍ ଭିତରେ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ।ସାମାଜିକ ଦୂରତା ରଖିି ଶିବରାତ୍ରୀ ଆୟୋଜନ ହେବ । ଏଥିପାଇଁ ଭକ୍ତମାନଙ୍କର ସ୍କ୍ରିନିଂ ଓ ମନ୍ଦିର ସାନିଟାଇଜେସନ ହେବ । ଯେଉଁମାନଙ୍କର ସ୍କ୍ରିନିଂ ପ୍ରକ୍ରିୟାରେ କୌଣସି ସନ୍ଦେହ ଉପୁଜେ ତାଙ୍କର ତୁରନ୍ତ ଆଟିଂଜେନ ଟେଷ୍ଟ ହେବ ।
ଚଳିତ ବର୍ଷ କୋଭିଡ୍ କାରଣରୁ ଅନେକ ପର୍ବ ପର୍ବାଣୀ ଉପରେ ଅଙ୍କୁଶ ଲାଗିସାରିଛି । ଏବେ ପଡୋଶୀ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପୁଣି କୋଭିଡ୍ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି ସ୍ଥିତିରେ ମହାପ୍ରଭୁଙ୍କ ଶିବରାତ୍ରୀ ଆୟୋଜନ ହେବ କି ହେବନି ତାକୁ ନେଇ ଆଶଙ୍କା ଦେଖା ଦେଇଥିଲା । ଶେଷରେ ବିଏମ୍ସି ଏହି ଯାତ୍ରାକୁ ଅନୁମତି ଦେବା ସହିତ ଲିଙ୍ଗରାଜଙ୍କ ଶିବରାତ୍ରୀ ହେବା ନେଇ ବାଟ ଫିଟିଛି ।