THE BYAPINI

‘ଭୁବନେଶ୍ୱରରେ କୋଭିଡ ବେଡର ଅଭାବ ନାହିଁ’

Get real time updates directly on you device, subscribe now.

ଭୁବଶ୍ୱେରରେ ଏବେ ପ୍ରତିିଦିନ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ବିଏମସିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପରି ସମୟରେ ସାମାନ୍ୟ ଲକ୍ଷଣ ଥିବା ରୋଗୀ ଘରେ ରହି ଚିକିତ୍ସିତ ହେବାକୁ ବିଏମସି କମିସନର ପରାମର୍ଶ ଦେଇଛନ୍ତି । ଯାହା ଫଳରେ ଗୁରୁତର ରୋଗୀଙ୍କ ପାଇଁ ହସ୍ପିଟାଲ ବେଡ ଖାଲି ରହିବ ।

ବିଏମସି କମିଶନର କହିଛନ୍ତି, ବେ ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ବେଡ୍ ଅଛି’। ୫୩୧ ଆଇସିୟୁ, ୮୩୬ ଏଚଡିୟୁ, ୨୧୮୬ ସାଧାରଣ ବେଡ୍ ରହିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି କହିଲେ କମିଶନର। ଏହାସହ ବିଏମ୍ସିରେ କୋଭିଡ୍ ବେଡର ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ବିଏମ୍‌ସି ଅଧୀନରେ ସାଧାରଣ ବେଡ୍‌ ସଂଖ୍ୟା ୨୧୮୬ ରହିଛି। ସାଧାରଣ ବେଡ୍‌ ୫୦ ପ୍ରତିଶତ ଖାଲି ପଡ଼ିଛି। ପ୍ରତି ଓ୍ୱାର୍ଡର ଜଜଞ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ନଜର ରଖିଛନ୍ତି।

ଲକ୍ଷଣ ଦେଖାଇଲେ ଟେଷ୍ଟ କରାଇବାକୁ ଆସନ୍ତୁ। ଲକ୍ଷଣ ଥିବା ଲୋକ ଟେଷ୍ଟ ନ କରାଇ ବାରମ୍ବାର ଫୋନ କରୁଛନ୍ତି। ବିଏମ୍‌ସିର ହେଲ୍‌ପ ଲାଇନ୍‌ ନମ୍ବରକୁ ବାରମ୍ବାର ଫୋନ କରୁଛନ୍ତି। ତେଣୁ ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରାନ୍ତୁ ବୋଲି ଭୁବନେଶ୍ୱବାସୀଙ୍କୁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ରାଜଧାନୀରେ ୧୧ଟି ଘରୋଇ କୋଭିଡ୍ ଟେଷ୍ଟ ଲାବୋରେଟାରୀ ଅଛି। ତେଣୁ ସେଠାରେ ପରୀକ୍ଷା କରିବାକୁ ସେ ସମସ୍ତଙ୍କୁ ଅପିଲ କରିଛନ୍ତି। କ

Get real time updates directly on you device, subscribe now.

Leave A Reply

Your email address will not be published.