ଭୁବନେଶ୍ୱର ପାଇବ ପ୍ରଥମ ମହିଳା ମେୟର
ଭୁବନେଶ୍ୱର ପାଇବ ପ୍ରଥମ ମହିଳା ମେୟର । ମହିଳାଙ୍କ ପାଇଁ ସଂରକ୍ଷିତ ରହିଲା ବିଏମସି ମେୟର ପଦ । ପ୍ରଥମଥର ଭୁବନେଶ୍ୱର ମହାନଗର ନିଗମ ଦେଖିବ ମହିଳା ମେୟର । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଗଠନ ହେବା ଦିନଠାରୁ କୌଣସି ମହିଳା ମେୟର ହୋଇ ନାହାଁନ୍ତି ।
ସେହିପରି କଟକ ମହାନଗର ନିଗର ନିଗମ ବା ସିଏମ୍ସି ପାଇଁ ମେୟର ପଦବୀ ଅଣ ସଂରକ୍ଷିତ ରହିଛି । ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ସବୁ ନଗର ନିଗମର ମେୟର ସଂରକ୍ଷଣରେ ଯଦି କାହାର ଆପତ୍ତି ବା ଅଭିଯୋଗ ରହିଛି ୧୫ ଦିନ ଭିତରେ ଜଣାଇବାକୁ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରୁ ସୂଚନା ମିଳିଛି ।