ବ୍ରେନ୍ ମ୍ୟାପିଂରୁ ବାହାରିବ ସତ!
ପରୀ ହତ୍ୟା ମାମଲାରେ ଠୋସ ପ୍ରମାଣ ଯୋଗାଡ କରିବାରେ ଲାଗିଛି ଏସଆଇଟି । ପରୀ ହତ୍ୟା ଓ ଦୁଷ୍କର୍ମ ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଚିନ୍ତାରେ ତଦନ୍ତକାରୀ ଟିମ । ଅଭିଯୁକ୍ତ ସରୋଜ ସେଠୀ ବିରୋଧରେ ଯଥେଷ୍ଟ ପ୍ରମାଣ ଯୋଗାଡ କରିବାରେ ଲାଗିଛି ଏସଆଇଟି । ସେପଟେ ପରୀର ଫ୍ରକରେ ଲାଗିଥିବା ସିମେନ କାହାର ତାହା ଜଣାନାହିଁ । କାରଣ ୪ ମାସ ହେବ ଏହାକୁ ଠିକ ଭାବେ ସଂରକ୍ଷିତ କରି ରଖାଯାଇନାହିଁ । ତେଣୁ ବୈଜ୍ଞାନିକ ପ୍ରମାଶ ପାଇଁ ଏସଆଇଟି ଏବେ ପରୀର ବ୍ରେନ ମ୍ୟାପିଂ ପାଇଁ କୋର୍ଟରେ ଆବେଦନ କରିବ ।
ପୂର୍ବରୁ ଅଭିଯୁକ୍ତ ସରୋଜ ସେଠୀର ଲାଏ ଡିଟକ୍ସନ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ସେ ସବୁ ମିଛ କହିଥିବା ଜଣାପଡିଛି । ତେଣୁ ଅଭିଯୁକ୍ତର ବ୍ରେନ ମ୍ୟାପିଂ ଉପରେ ଜୋର ଦେଉଛି ତଦନ୍ତକାରୀ ଦଳ ।
ସତ ଜାଣିବାକୁ ଅଭିଯୁକ୍ତ ସରୋଜ ସେଠୀର ବ୍ରେନ ମ୍ୟାପିଂ କରିବାକୁ ଚାହୁଁଛି ଏସଆଇଟି । ଅଭିଯୁକ୍ତ ବିରୋଧରେ ଏପର୍ଯ୍ୟନ୍ତ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବାରୁ ପାରିପାଶ୍ୱିକ ସ୍ଥିତି ଓ ବୈଜ୍ଞାନିକ ପଦ୍ଧତି ଆଧାରରେ ପ୍ରମାଣ ଯୋଗାଡ ହେଉଛି ଏକମାତ୍ର ବିକଳ୍ପ । ତେଣୁ ଖୁବ ଶୀଘ୍ର ବ୍ରେନ ମ୍ୟାପିଂ କରିବାକୁ କୋର୍ଟରେ ଆବେଦନ କରିବ ଏସଆଇଟି ।
ତେବେ ଜବତ ହୋଇଥିବା ଫ୍ରକରେ ସିମେନର ଦାଗ କାହାର? ଏହା ଏଯାଏ ଜଣାପଡିନଥିବା ବେଳେ ବ୍ରେନ ମ୍ୟାପିଂ ଟେଷ୍ଟ ଉପରେ ଗୁରୁତ୍ୱ ଦେଇଛି ଏସଆଇଟି । ତେବେ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ପ୍ରଥମେ ଅଭିଯୁକ୍ତ ରାଜି ହେବା ଆବଶ୍ୟକ । ଅଭିଯୁକ୍ତ ରାଜି ହେଲେ ପରେ ହିଁ କୋର୍ଟ ଏଥିପାଇଁ ଅନୁମତି ଦେବେ ।
ତେବେ ପରୀ ମୃତ୍ୟୁ ମାମଲାରେ ଯଦୁପୁର ପୋଖରୀରୁ ଏକ ଲେଗିଙ୍ଗିସ ଉଦ୍ଧାର ହୋଇଥିବା ବେଳେ ଏହାର ପରୀର କି ନାହିଁ ତାହା ଜଣାପଡିନାହିଁ ।