THE BYAPINI

‘ଓଡିଶା ଉପରେ ବଜେଟ ବୋଝ’

Get real time updates directly on you device, subscribe now.

କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ପରେ ଏହା ହେଉଛି ପ୍ରଥମ ବଜେଟ । ଅନେକ ନୂଆ ଆହ୍ୱାନ ରହିଛି ଯାହାକୁ ଏହି ବଜେଟ୍ ବିଚାରକୁ ନେବ ବୋଲି ଆଶା କରାଯାଉଥିଲା । କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

କରୋନା ଟିକା ପାଇଁ ବ୍ୟୟବରାଦ ଓ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ପଂଚଦଶ ଅର୍ଥ କମିସନରେ ରାଜ୍ୟ ଭାଗ ଟିକସ କମୁଛି ବୋଲି କହିଛନ୍ତି। ଚଳିତ ବର୍ଷ ପାଇଁ କେନ୍ଦ୍ରୀୟ ଟିକସର ଅଂଶ ପ୍ରାୟ ୧୦,୮୪୦ କୋଟି ହ୍ରାସ ପାଇବା ଦ୍ବାରା ଓଡିଶା ପ୍ରଭାବିତ ହେବ । ଯାହା ଓଡିଶା ଉପରେ ଗୁରୁତର ପ୍ରଭାବ ପକାଇବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପେଟ୍ରୋଲ ଏବଂ ଡିଜେଲରେ ସେସ୍ ପରିବର୍ତ୍ତନ ଦ୍ୱାରା ରାଜସ୍ୱର କେନ୍ଦ୍ର ରାଜ୍ୟ ଆର୍ଥିକ ସନ୍ତୁଳନକୁ ଦୁର୍ବଳ କରିବ । ମହିଳା, କୃଷକ ଏବଂ ଏମଏସଏମଇ ମାନଙ୍କ କ୍ରେଡିଟ୍ ଋଣ ବଢାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ଉତ୍ତରଦାୟୀ କରିବାକୁ ପଡିବ ବୋଲି ନବୀନ ମତପୋଷଣ କରିଛନ୍ତି । ଉଭୟ ରାଜପଥ ଏବଂ ରେଳପଥ ପାଇଁ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକତା ରହିଥିବା ବେଳେ ଅନ୍ୟ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି ।

ବଜେଟର ସକରାତ୍ମକ ଦିଗକୁ ଦେଖି ନବୀନ କହିଛନ୍ତି, ଅଭିବୃଦ୍ଧି ପାଇଁ ପୁଞ୍ଜି ବିନିଯୋଗ ଉପରେ ଧ୍ୟାନ ଦିଆଯିବା ଉଚିତ୍ । ଗତ ବର୍ଷ ଠାରୁ ଓଡିଶା ଅନୁସରଣ କରୁଥିବା ପରି ଡିଜିଟାଲ୍ ବଜେଟ୍ ସହିତ ୟୁନିଅନ୍ ବଜେଟ୍ ସବୁଜକୁ ପରିଣତ ହୋଇଛି। ମିଶନ ଶକ୍ତି ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେଇ ୟୁନିୟନ ବଜେଟ ପ୍ରସ୍ତୁତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଖୁସି ଥିବା କହିଛନ୍ତି । ୨୦୧୧-୨୦୧୨ ରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଶାର ମମତା ଯୋଜନା ଗ୍ରହଣ କରାଯିବା ପରେ ଆମ ରାଜ୍ୟରେ ମହିଳା ସଶକ୍ତିକରଣ ପଦକ୍ଷେପ ମିଶନ୍ ଶକ୍ତି ଜରିଆରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ଓଡିଶା ଦେଶ ପାଇଁ ବେଞ୍ଚ ମାର୍କ ହୋଇଛି। ମୁଁ ଆଶା କରୁଛି ଯେ ମମତା ଏବଂ ମିଶନ ଶକ୍ତି ପରେ ମହିଳା ସଶକ୍ତିକରଣ ଦିଗରେ ପରବର୍ତ୍ତୀ ଯୁକ୍ତିଯୁକ୍ତ ପଦକ୍ଷେପ ଲୋକସଭା ତଥା ରାଜ୍ୟସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ହେବ। ଆମେ ଏଥିପାଇଁ ସଂଗ୍ରାମ ଜାରି ରଖିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.