୨୦୨୧-୨୨ ଆର୍ଥକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି । ଆସନ୍ତୁ ଜାଣିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ କଣ ବଡ ଘୋଷଣା କରିଛନ୍ତି ।
(୧) ଆୟକର ଛାଡ ସୀମାରେ କୌଣସି ପରିବର୍ତନ କରିନାହାନ୍ତି ସରକାର ।
(୨) ୭୫ବର୍ଷ ଓ ତାଠାରୁ ଅଧିକ ବୟସ୍କଙ୍କୁ ସୁଧ ଓ ପେନ୍ସନ୍ ଉପରେ ଆୟକର ଦେବାକୁ ପଡିବନାହିଁ
(୩) କରୋନା ଭାକସିନ୍ ୩୫ ହଜାର କୋଟି ଟଙ୍କା ଘୋଷଣା
(୪) ସ୍ୱାସ୍ଥ୍ୟ ବଜେଟକୁ ୧୩୭ ପ୍ରତିଶତ ବଢାଇ ଚଳିତ ବଜେଟରେ ୨ ଲକ୍ଷ ୨୩ ହଜାର କୋଟି ଟଙ୍କାର ବ୍ୟୟବରାଦ
(୫) ଭାରତୀୟ ରେଳ ବିଭାଗ ପାଇଁ ରେକର୍ଡ ପରିମାଣର ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
(୬) ଭାରତୀୟ ରେଳ ବିଭାଗ ପାଇଁ ରେକର୍ଡ ପରିମାଣର ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
(୭) ଗ୍ରାମାଞ୍ଚଳରେ ଭିତିଭୂମିର ବିକାଶ ପାଇଁ ୩୦ହଜାର କୋଟି ଟଙ୍କାରୁ ୪୦ ହଜାର କୋଟି ଟଙ୍କାକୁ ବଢାଇଛନ୍ତି ସରକାର
(୮) ଉଜ୍ଜ୍ୱଳା ଯୋଜନାରେ ଆଉ ୧ କୋଟି ଲୋକଙ୍କୁ ଯୋଡାଯିବ ।
(୯) ଇନ୍ସ୍ୟୁରାନ୍ସ ସେକ୍ଟରରେ ୭୪ ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ
(୧୦) ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ପ୍ରତିଷ୍ଠା ହେବ
(୧୧) ମୋଟ ଆତ୍ମନିର୍ଭର ଭାରତ ପାଇଁ ୨୭.୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା
(୧୨) ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ କେରଳ ଉପରେ ଫୋକସ
(୧ ୩) ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ବା ବହିଃ ଶୁଳ୍କ କମାଯାଇଛି
(୧୪) ମୋବାଇଲ ଉପରେ ୨.୫ କଷ୍ଟମ ଡ୍ୟୁଟି ବା ବହିଃ ଶୁଳ୍କ ବଢାଯାଇଛି
(୧୫) ସଂପୂର୍ଣ୍ଣ ଭାବେ ଡିଜିଟାଲ୍ ପଦ୍ଧତିରେ ହେବ ଜନଗଣନା
(୧୬) ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ପାଇଁ ୬୪ ହଜାର ୧୮୦ କୋଟି ଟଙ୍କା ବ୍ୟୟ ବରାଦ