କାଲିଠୁ ମହଙ୍ଗା ହେବ ମଦ
୨୦୨୧-୨୨ କେନ୍ଦ୍ର ବଜେଟରେ ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଇଛି। କେବଳ ସେତିକି ନୁହେଁ, କୃଷି ଭିତ୍ତିଭୂମି ବିକଶିତ କରିବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଏଥିଲାଗି ବ୍ୟୟବରାଦ ଅଧିକ ଥିବାରୁ କେନ୍ଦ୍ର ସରକାର ବିଭିନ୍ନ ସାମଗ୍ରୀ ଉପରେ ସେସ୍ ଲାଗୁ କରିଛନ୍ତି। କିଛି ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ବଢାଯାଇଥିଲା ବେଳେ ଆଉ କିଛି ଉତ୍ପାଦ ଉପରେ ଏହି ଶୁଲ୍କକୁ କମ୍ କରାଯାଇଛି । କେବଳ ଏତିକି ନୁହେଁ ଏଥିସହିତ ବିଭିନ୍ନ ବସ୍ତୁ ଉପରେ ଏଗ୍ରି ଇନଫ୍ରା ସେସ୍ ମଧ୍ୟ ଲାଗୁ କରାଯାଇଛି । ଯାହା ଚଳିତ ବର୍ଷ ଫେବୃଆରୀ ୨ ତାରିଖରୁ ଲାଗୁ ହେବାକୁ ଯାଉଛି । ବଜେଟ୍ ବ୍ୟବସ୍ଥା ଅନୁସାରେ ଆସନ୍ତାକାଲିଠାରୁ ମଦ ମହଙ୍ଗା ହେବ।
ନୂଆ ଏଗ୍ରି ଇନଫ୍ରା ଡେଭଲପମେଣ୍ଟ ସେସ୍ କାଲିଠୁ ଲାଗୁ ହେବାକୁ ଯାଉଛି । ଯାହା ଫଳରେ ଆସନ୍ତା କାଲିଠୁ ମଦ ପିଇବା ମହଙ୍ଗା ହେବ। ଏହି ବଜେଟରେ ଆଲକୋହଲିକ୍ ଓ୍ୱେବରେଜ୍ ଉପରେ ୧୦୦ ପ୍ରତିଶତ ଏଗ୍ରି ଇନଫ୍ରା ସେସ୍ ଲଗା ଯାଇଛି । ଶା ପାନୀୟ ଉପରେ କେନ୍ଦ୍ର ସରକାର ଶତ ପ୍ରତିଶତ କୃଷି ସେସ୍ ଲାଗୁ କରିଛନ୍ତି । କାଲିଠାରୁ ସାରା ଦେଶରେ ଏହି ବର୍ଦ୍ଧିତ ଦର ଲାଗୁ ହୋଇପାରେ ।
ଏହାସହ ବିଦେଶୀ ମୋବାଇଲ୍ , ମୋବାଇଲ୍ ଉପକରଣ , ବିଦେଶରୁ ଆସୁଥିବା କପଡା , ବିଦେଶୀ ଅଟୋ ପାର୍ଟସ, ବିଦ୍ୟୁତ ଉପକରଣ । ସୋଲାର ଇନଭର୍ଟର, ବିଦେଶୀ ଖାଦ୍ୟ ତୈଳ ଆଦି ସାମଗ୍ରୀର ଦାମ ବଢିବ । ସେହିପରି ନୂଆ ବଜେଟରେ ସୁନା, ରୁପା, ଲୁହା , ଷ୍ଟିଲ ସାମଗ୍ରୀ, ତମ୍ବା ସାମଗ୍ରୀ ଆଦି ଶସ୍ତା ହେବ ବୋଲି ଜଣାପଡିଛି ।