ବୁଲିବାଇ ଆପ୍ ମାମଲା :ଓଡିଶାରୁ ଜଣେ ଗିରଫ
ବୁଲିବାଇ ଆପ୍ ମାମଲାରେ ଓଡିଶାରୁ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତର ନାଁ ନୀରଜ ସିଂହ ବୋଲି ଜଣାପଡିଛି। ଏହାକୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୫ ଜଣଙ୍କ ଗିରଫ କରିସାରିଲାଣି।
ଏହି ଆପ୍ ଜରିଆରେ କିଛି ବିଶିଷ୍ଟ ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ୍ କରି ସେମାନଙ୍କ ନିଲାମ ଡକାଯାଉଥିଲା। କେବଳ ସେତିକି ନୁହେଁ ସେମାନଙ୍କ ଫଠୋରେ ଅଶ୍ଳୀଳ କମେଣ୍ଟ ମଧ୍ୟ କରାଯାଉଥିଲା। ଏବେ ଗିରଫ ଏହି ସମସ୍ତ ଅଭିଯୁକ୍ତ ପୁଲିସ ହେପାଜତରେ ଅଛନ୍ତି।ସୋସିଆଲ ମିଡିଆର ବହୁଳ ବ୍ୟବହାର ପରେ ଏହାକୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି କିଛି ଅସାଧୁ ବ୍ୟକ୍ତି । ଏହି କ୍ରମରେ ଚର୍ଚ୍ଚାକୁ ଆସିଛି ବୁଲି ବାଇ ଆପ୍ ।
ଜଣେ ସାମ୍ବାଦିକା ଏନେଇ ପ୍ରଥମେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିଥିଲା । ସାମାଜିକ କର୍ମୀ, ସେଲିବ୍ରିଟି ଓ ଛାତ୍ରୀମାନେ ସମାନ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତନାଘନା । ଦିଲ୍ଲୀ ଓ ମୁମ୍ବାଇ ସାଇବର ପୋଲିସ ଏହି ମାମଲା ମୂଳରେ ପହଂଚିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ପ୍ରଥମଥର ପାଇଁ ଏହି ମାମଲାରେ ଓଡିଶାରେ ଜଣଙ୍କୁ ଉଠାଇ ନେଇଛି ମୁମ୍ବାଇ ପୋଲିସ ।