ନୂଆପଡାବାସୀଙ୍କୁ ଛତିଶଗଡ଼ ମନା
ନୂଆପଡାବାସୀଙ୍କୁ ଛତିଶଗଡ଼ ମନା । ସୀମାବର୍ତ୍ତୀ ଅଞ୍ଚଳରେ ବଢୁଛି କରୋନା ସଂକ୍ରମଣ । ଖାସ୍ କରି ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ କଡ଼ା କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ନୂଆପଡ଼ାରୁ ପଡ଼ୋଶୀ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କଲା ପ୍ରଶାସନ ।।
ନୂଆପଡା ଜିଲ୍ଲାରେ ଅଧିକ ସଂକ୍ରମଣଙ୍କୁ ନଜରରେ ରଖି ପଡ଼ୋଶୀ ରାଜ୍ୟକୁ ନଯିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଛି। ନୂଆପଡ଼ା ଲୋକେ ପଡ଼ୋଶୀ ଛତିଶଗଡ଼କୁ ମୁଖ୍ୟତଃ ମାର୍କେଟିଂ ପାଇଁ ଯାଇଥାନ୍ତି। ଏହାଦ୍ୱାରା ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଛି। କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ନୂଆପଡାରୁ ଛତିଶଗଡ଼କୁ ବସ ଚଳାଚଳ ଉପରେ ରୋକ ଲଗାଇଛି ପ୍ରଶାସନ । ଏହା ହାସହିତ ଲୋକଙ୍କୁ ସଚେତନ ପାଇଁ ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି । ନୂଆପଡା, ବରଗଡ଼, ଖୋର୍ଦ୍ଧା ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ହଷ୍ଟେଲ ଥିବା ସ୍ଥାନରେ ଟେଷ୍ଟ ପାଇଁ କୁହାଯାଇଛି।
ଗତ ସପ୍ତାହରେ ଛତିଶଗଡରୁ ଫେରିବା ପରେ ନୂଆପଡା ଜିଲ୍ଲା ସିନାପାଲି ଗାଁର ପଡାରୁ ୨୩ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏହାଛଡା ଜିଲ୍ଲା ଅନ୍ୟ କେତେକ ଆକ୍ରାନ୍ତ ମଧ୍ୟ ଛତିଶଗଡରୁ ଫେରିବା ପରେ ସଂକ୍ରମିତ ହୋଇଥିଲେ ।