THE BYAPINI

ସେବାୟତ କାହାର?

Get real time updates directly on you device, subscribe now.

ଶ୍ରୀମନ୍ଦିର ବାଇ-ଲ ପ୍ରତ୍ୟାହାର ହେବା ପରେ ଏବେ ଚାଲିଛି ଧନ୍ୟବାଦ ପର୍ବ । କିଏ ନେବ ଶ୍ରେୟ ତାକୁ ନେଇ ଚାଲିଛି ଦୌଡ । ତେବେ ବାଇ-ଲ ପ୍ରତ୍ୟାହାର ପରେ ପୁରୀ ସେବାୟତ ଦୁଇ ଫାଳ ହୋଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ନବୀନ ନିବାସରେ ପୁରୀ ସେବାୟତଙ୍କ ଗୋଟିଏ ଗୋଷ୍ଠୀ ପହଚିଂ ନବୀନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଦିଲ୍ଲୀରେ ବିଜେପି ନେତାଙ୍କ ସହ ଆଉ ଗୋଟିଏ ସେବାୟତ ଗୋଷ୍ଠି ମିଶି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମଙ୍ଗଳବାର ଦୁଇଟି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବାଇ-ଲ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ପାଇଁ ନବୀନ ନିବାସରେ ପହଚିଂଥିଲେ ପୁରୀ ସେବାୟତଙ୍କ ଗୋଟିଏ ଗୋଷ୍ଠୀ । ଏପଟେ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ଆଉ କିଛି ସେବାୟତ । ଶ୍ରୀମନ୍ଦିରରୁ ବାଇ ଲ ପ୍ରତ୍ୟାହାର ପରେ କେଉଁମାନଙ୍କୁ ଯୋଗୁଁ ବାଇ ଲ ପ୍ରତ୍ୟାହାର ହେଲା ସେଥିପାଇଁ ଭାଗ ଭାଗ ହୋଇ ବିଜେଡି ଓ ବିଜେପି ନେତାଙ୍କୁ ଭେଟିଛନ୍ତି ସେବାୟତ ।

ପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଗୋଟିଏ ଦିନରେ ଏହି ବାଇ-ଲକୁ ପ୍ରତ୍ୟାହାର କରିଛି । ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ଯେଉଁ କାମ ଚାଲିଛି ତାକୁ ଅଟକାଇବାକୁ ଯେଉଁ ଷଡଯନ୍ତ୍ର ଚାଲିଥିଲା, ଜଗନ୍ନାଥ ତାକୁ ପଣ୍ଡ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ଭେଟି ଧନ୍ୟବାଦ ଦେବାକୁ ଆସିବାକୁ କହିଛନ୍ତି ସେବାୟତ । ସେବାୟତମାନେ ଭେଟିବା ପରେ ଶ୍ରୀମନ୍ଦିରର ବିକାଶ କେହି ରୋକିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଆତ୍ମାକୁ ସନ୍ତୋଷ ପହଚିଂଛି । ଆଗାମୀ ଦିନରେ ମନ୍ଦିର ଓ ସେବାୟତ କିଭଳି ସୁରକ୍ଷିତ ରହିବେ ଏନେଇ ଅମିତ ଶାହାଙ୍କୁ ଜଣାଇବାକୁ ଆସିଥିଲୁ ବୋଲି କହିଛନ୍ତି ଦିଲ୍ଲୀ ଯାଇଥିବା ଆଉ କିଛି ସେବାୟତ । ଅମିତ ଶାହା ମଧ୍ୟା ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ କେହି ଆକ୍ରମଣ କରିପାରିବେ ନାହିଁ ବୋଲି ସେବାୟତଙ୍କୁ କହିଛନ୍ତି ।

ତେବେ ସେବାୟତ ମାନେ ଭାଗ ଭାଗ ହୋଇ ଅଲଗା ଅଲଗା ରାଜନୈତିକ ଦଳର ନେତାଙ୍କୁ ଭେଟିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି , ରାଜନୈତିକ ଦଳର କର୍ମୀଙ୍କ ଭଳି ସେବାୟତ ମାନେ ଭାଗ ଭାଗ ହୋଇଯାଇଛନ୍ତି କି?

Get real time updates directly on you device, subscribe now.

Leave A Reply

Your email address will not be published.