THE BYAPINI

ପ୍ରଶ୍ନ ପଚାରିଲେ ଅପରାଜିତା

Get real time updates directly on you device, subscribe now.

ସଂସଦର ଅଧିବେଶନ ସାରି ଓଡିଶା ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏକାମ୍ର କ୍ଷେତ୍ର ବାଇ-ଲ’ ନିଷ୍ପତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଛନ୍ତି, କେତେକ ନିଦ୍ଦିଷ୍ଟ୍ର ପ୍ରସଙ୍ଗରେ ରାଜ୍ୟ ସରକାର ଓ ବିଜୁ ଜନତା ଦଳର ନେତୃବୁନ୍ଦ ସାଧାରଣ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି ।

ଅପରାଜିତା କହିଛନ୍ତି, ଆମେ ସମସ୍ତେ ଓଡିଶାର ବିକାଶ ଚାହୁଁଛୁ । ତର୍କ ବିତର୍କରେ କୌଣସି ଲାଭ ନାହିଁ । ରାଜ୍ୟ ସରକାର କଥା ବୁଝନ୍ତୁ, ଆରୋପ ପ୍ରତ୍ୟାରୋପରେ କିଛି ହେଇନି କି ହେବ ନାହିଁ। ବିକାଶର କୌଣସି ଦଳ ନଥାଏ । କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ଆଇନ ରହିଛି କୀର୍ତ୍ତିରାଜିର ପ୍ରଥମ ୧୦୦ ମିଟର ନିଷିଦ୍ଧାଞ୍ଚଳ ଏବଂ ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ୟ୍ୟ କରାଯାଇ ପାରିବନାହିଁ ବୋଲି ଆଇନ କହୁଛି। ୨ଶହ ମିଟର ମଧ୍ୟରେ ଅନୁମତି ନେଇ କାମ କରାଯାଇ ପାରିବ। କିନ୍ତୁ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କ ଅନୁମତି ନେଇ କାର୍ୟ୍ୟ କରାଯିବା ନେଇ ଆଇନ କହୁଛି। ନିୟମ ଅନୁସାରେ, ସଂସ୍କୃତି ନିର୍ଦ୍ଦେଶକ ଘଗଇକୁ ପଠାଇବେ, ଘଗଇ କହିଲେ କାମ ହୋଇପାରିବ ବୋଲି କହିଲେ ଅପରାଜିତା। ଆମେ ଯଦି କାମ କରିବାକୁ ଅନୁମତି ମାଗିବା, କେନ୍ଦ୍ର ବାଧା ଦେବନି ବୋଲି ସ୍ପଷ୍ଟ ଭାବରେ କହିଲେ ଅପରାଜିତା।

ଏହା ସହ ନିଖୋଜ ପୋଷ୍ଟର ନେଇ ମଧ୍ୟ ମୁହଁ ଖୋଲିଛନ୍ତି ଅପରାଜିତା ଷଡଙ୍ଗୀ । କହିଛନ୍ତି, ଜାନୁଆରୀ ୨୯ରୁ ଫେବ୍ରୁଆରୀ ୧୩ ଯାଏ ସଂସଦ ଚାଲିଥିଲା। ତେଣୁ ଲୋକସଭା ସାଂସଦ ଭାବେ ସଂସଦରେ ଉପସ୍ଥିତ ଥିଲି । କିଛି ଛକରେ ମୋ ଫଟୋ ଦେଇ ନିଖୋଜ ପୋଷ୍ଟର ଲାଗିଥିବା ଖବର ପାଇଲି, ଏହି ଖବର ମୁଁ ହ୍ୱାଟ୍ସଆପରେ ପାଇଥିଲି ବୋଲି କହିଛନ୍ତି ଅପରାଜିତା। ମାର୍ଚ୍ଚ ୮ରୁ ଏପ୍ରିଲ ୮ଯାଏ ବଜେଟ ଅଧିବେଶନ ଦ୍ୱିତୀୟ ସତ୍ର ଅଛି। ତେଣୁ ଯେଉଁ ବନ୍ଧୁ ପୋଷ୍ଟର ଲଗାଇଥିଲେ, ସେମାନଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ପୁଣି ପ୍ରତ୍ୟେକ ଗଳି, ଛକରେ ମୋର ପୋଷ୍ଟର ଲଗାଇବାକୁ କହିଲେ ଅପରାଜିତା। ଯେଉଁମାନେ ପୋଷ୍ଟର ଲଗାଇଥିଲେ, ସେମାନେ ସମସ୍ତେ ମୋ ଶୁଭେଚ୍ଛୁ ବୋଲି କହିଛନ୍ତି ଅପରାଜିତା।
ସେହିପରି ବାଇ-ଲ’ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ୫ଟି ପ୍ରଶ୍ନ ପଚାରିଛନ୍ତି ଅପରାଜିତା ଷଡଙ୍ଗୀ ।

  • କୀର୍ତିରାଜି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟାରେ ଏଏସଆଇକୁ ସାମିଲ କରାଯାଇନାହିଁ କାହିଁକି?
  • ଏଏସ୍ଆଇକୁ ରାଜ୍ୟସରକାର ସବିଶେଷ ରିପୋର୍ଟ ଦେଇନାହାନ୍ତି କାହିଁକି?
  • ଲିଙ୍ଗରାଜ,ଶ୍ରୀମନ୍ଦିରର ବିକାଶ ରୂପରେଖ କେଉଁ ଆର୍କିଓଲୋଜିକାଲ ଫାର୍ମ କରୁଛି?
  • ଏମାର ମଠ,ରଘୁନାଥ ଲାଇବ୍ରେରୀ,ଉଚ୍ଛେଦ ପୂର୍ବରୁ ଡିଟେଲ ମ୍ୟାପିଂ କରିଥିଲେ କି?
  • କୀର୍ତିରାଜି ଉଦଘାଟନ ପୂର୍ବରୁ ସରକାର ସବୁ ନୀତି ନିୟମ ଅନୁସରଣ କରୁଛନ୍ତି କି?

Get real time updates directly on you device, subscribe now.

Leave A Reply

Your email address will not be published.