THE BYAPINI

୧୫ଟି ପ୍ରସ୍ତାବରେ ବାଜିଲା ମୋହର

Get real time updates directly on you device, subscribe now.

ରାଜ୍ୟ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ବୈଷୟିକ ଓ ଗବେଷଣା ଏକକ ବିଶ୍ୱବିଦ୍ୟାଳୟ ହେବ ଭୁବନେଶ୍ୱରର CET । ଏଥିସହ ଆଇଟି ଭିତ୍ତିଭୂମି ବଢ଼ାଇବାକୁ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟ୍ଓ୍ବର୍କ୍ ବା ଓସ୍ୱାନ୍ ପ୍ରକଳ୍ପକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଏଥିପାଇଁ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ।

ବସୁନ୍ଧରା କୋଇଲା ଖଣିକୁ ଯାଇଥିବା ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ। ଏଥିପାଇଁ ୧୦୨.୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ପୁରୀ ଅବଢ଼ା ଯୋଜନା ପାଇଁ ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥର ଉପରୁ ରୟାଲଟି ଛାଡ଼ କରାଯାଇଛି। ଏଥିସହ ସୁନ୍ଦରଗଡ଼, କେନ୍ଦୁଝର ଓ କଟକ ଜିଲ୍ଲାରେ ବୃହତ୍ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି।ଏଥି ସହ ବାଙ୍କି, ଆଠଗଡ ଓ ତିଗିରିଆରେ ପାଇପ୍ ଜଳ ଯୋଗାଣ ପାଇଁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ୭ଟି ପଞ୍ଚାୟତରେ ସମସ୍ତ ଘରକୁ ପାଇପ୍ ଜଳ ଯୋଗାଣ ହେବ । ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ୟ୍ୟ ସରିବ । ସେହିଭଳି ସୁନ୍ଦରଗଡ ଜିଲ୍ଲାରେ ଦୁଇ ବୃହତ ଗ୍ରାମ୍ୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ଅବଢା ଯୋଜନାରେ ଖଣ୍ଡୋଲାଇଟ ପଥର ଯୋଗାଣରୁ ରୟାଲଟି ଛାଡ ହେବା ନେଇ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.