କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମୋଦି ସରକାର ଦେଲେ ବଡ ଉପହାର। ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା। ଏଥିର ମହଙ୍ଗା ଭତ୍ତା ବା ଡିଏ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୋଦି ସରକାର।କେନ୍ଦ୍ରୀୟ କର୍ମଚାରୀଙ୍କ ୩% ଊଇ ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ପେନସନଭୋଗୀଙ୍କ ଊଜ ମଧ୍ୟ ୩% ବୃଦ୍ଧି କରିଛନ୍ତି ସରକାର। ବର୍ଦ୍ଧିତ ୩% ଊଇ ଅତିରିକ୍ତ ଇନଷ୍ଟଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ ହୋଇଛି। ୨୦୨୨ ଜାନୁଆରୀ ୧ରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କୁ ଏବେ ୩୧% ବଦଳରେ ୩୪% ମହଙ୍ଗା ଭତ୍ତା ମିଳିବ। ଏହି ଘୋଷଣା ପରେ କର୍ମଚାରୀଙ୍କୁ ବର୍ଦ୍ଧିତ ଡିଏ ସହିତ ଜାନୁଆରୀ ଓ ଫେବ୍ରୁଆରୀ ୨୦୨୨ର ବକେୟା ଅର୍ଥ ମଧ୍ୟ ମିଳିବ। ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କୁ ନୂଆ ଦରମା ମିଳିବ। ସରକାରଙ୍କ ଏହି ଘୋଷଣା ଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଲାଭବାନ ହେବେ।