ଅକ୍ଟୋବର ୧୮ରୁ ବିମାନ ଉଡାଣ ଉପରୁ ହଟିବ ସମସ୍ତ ପ୍ରତିବନ୍ଧକ
କମୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ବଡ ନିଷ୍ପତ୍ତି । ଅକ୍ଟୋବର ୧୮ରୁ ବିମାନ ଉଡାଣ ଉପରୁ ହଟିବ ସମସ୍ତ ପ୍ରତିବନ୍ଧକ । ଯାତ୍ରୀବାହି ବିମାନ ଉଡାଣ ଓ ପୂର୍ଣ୍ଣ କ୍ଷମତା ସହ ଉଡାଣ ଉପରେ ଲଗାଇଥିବା ପ୍ରତିବନ୍ଧକ ଅକ୍ଟୋବର ୧୮ ତାରିଖ ଠାରୁ ହଟାଇ ଦିଆଯିବ ବୋଲି ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଅକ୍ଟୋବର ୧୮ ତାରିଖରୁ ଘରୋଇ ବ୍ୟବସାୟିକ ଓଡାଣରେ ଯାତ୍ରୀମାନଙ୍କ କ୍ଷମତା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯିବ । ଏହାର ଅର୍ଥ ଏବେ ବିମାନଗୁଡିକ ୧୦୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡାଣ ଭରିପାରିବ । ସେପ୍ଟେମ୍ବର ମାସରେ ଘରୋଇ ବିମାନରେ ୭୨.୫ ପ୍ରତିଶତ ଯାତ୍ରୀ କ୍ଷମତାକୁ ବୃଦ୍ଧି କରାଯାଇ ୮୫ ପ୍ରତିଶତ କରାଯାଇଥିଲା ।
କରୋନା କାରଣରୁ ୨୦୨୦ ମାର୍ଚ୍ଚ ୨୩ ତାରିଖରୁ ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ରୋକ୍ ଲଗାଯାଇଥିଲା । ହେଲେ ୨୦୨୦ ମେ ମାସରେ ‘ବନ୍ଦେ ଭାରତ ମିଶନ’ ମାଧ୍ୟମରେ ବିଶେଷ ଅର୍ନ୍ତରାଷ୍ଟ୍ରୀୟ ଉଡାଣ ପରିଚାଳନା କରାଯାଇଥିଲା ।