THE BYAPINI

ଦୁର୍ଘଟଣାରେ ବିଧାୟକଙ୍କ ପୁଅ ସମେତ ୭ ମୃତ

Get real time updates directly on you device, subscribe now.

ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବିଜେପି ବିଧାୟକ ପୁଅ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ରାତି ପାଖାପାଖି ସାଢେ ୧୧ଟା ସମୟରେ ବର୍ଦ୍ଧା ସେଲସୁରା ନିକଟରେ ଏପରି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଯାଇଛି। ସେହିପରି ଗାଡ଼ିଟି ପୂରା ଧ୍ୱଂସ ହୋଇଯାଇଛି।

ମୃତ ସମସ୍ତ ଛାତ୍ର ମେଡିକାଲ ଛାତ୍ର ବୋଲି ଜଣାପଡିଛି । ବିଜେପି ବିଧାୟକଙ୍କ ପୁଅ ଅଭିଷ୍କାର ତାଙ୍କ ସାଙ୍ଗମାନଙ୍କ ସହ କାର୍‌ ଯୋଗେ ଦେଓଲିରୁ ପାର୍ଟି ସାରି ୱାର୍ଦ୍ଧାକୁ ଯାଉଥିଲେ। ସେମାନେ ସମସ୍ତେ ସେଲସୁରା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଗୋଟିଏ ଜଙ୍ଗଲୀ ପଶୁ ସେମାନଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା। ପଶୁଟିକୁ ରକ୍ଷା କରିବା ପାଇଁ ଗାଡ଼ି ଚାଳକ ଜଣଙ୍କ ହଠାତ୍‌ ବ୍ରେକ ଲଗାଇ ଦେଇଥିଲେ। ଫଳରେ କାର୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା।ଅଭିଷ୍କାରଙ୍କ ବ୍ୟତୀତ ନୀରଜ ଚୌହାନ, ନୀତେଶ ସିଂହ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂହ, ଶୁଭମ ଜୈସୱାଲ ଓ ପବନ ଶକ୍ତିଙ୍କ ମୃତ୍ୟୁ ଘଟିଥିବା ୱାର୍ଦ୍ଧା ଏସ୍‌ପି ପ୍ରଶାନ୍ତ ହୋଲକର ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.