THE BYAPINI

ଜାଣନ୍ତୁ ବିନା ପରୀକ୍ଷାରେ ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ କେମିତି ମିଳିବ ମାର୍କ?

Get real time updates directly on you device, subscribe now.

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଦେଶରେ ମହାମାରୀ କରୋନା ସାଂଘାତିକ ଭାବରେ ବ୍ୟାପୁଥିବା ବେଳେ ସିବିଏସଇ ଦଶମ ପରୀକ୍ଷା ବାତିଲ କରିଦିଆଯାଇଛି ।ତେବେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜୁନ ୧ ତାରିଖରେ ପରିସ୍ଥିତିର ସମୀକ୍ଷା ପରେ ଦ୍ୱାଦଶ ପରୀକ୍ଷା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ସିବିଏସଇ ଦଶମ ପରୀକ୍ଷା ବାତିଲ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ଦଶମ ପରୀକ୍ଷା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ମାନଦଣ୍ଡ ନିର୍ଦ୍ଧାରଣ କରାଯିବ । ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ପରୀକ୍ଷା ଫଳ ପ୍ରକାଶ କରିବ ବୋର୍ଡ । ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ କହିଛନ୍ତି ଯେ ସିବିଏସଇ ଦ୍ୱାରା ପ୍ରସ୍ତୁତ ଏକ ବିକଳ୍ପ ମାଧ୍ୟମରେ ୧୦ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ କରାଯିବ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ୍‌ ପରୀକ୍ଷାର ମାର୍କ ଅନୁସାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ଯେଉଁମାନେ ଫଳାଫଳକୁ ନେଇ ଅସନୁଷ୍ଟ ରହିବେ ସେମାନେ ପୁଣିଥରେ ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା ଦେଇପାରିବେ ।

ସେହିଭଳି ଆସନ୍ତା ମେ’ ୪ରୁ ଜୁନ୍ ୧୪ ପର୍ୟ୍ୟନ୍ତ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ତେବେ ଜୁନ୍ ୧ରେ ସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ । କରୋନା ପାଇଁ ସ୍କୁଲ ଗୁଡିକ ବନ୍ଦ ରହୁଥିବା କାରଣରୁ ଏଭଳି ନିଷ୍ପତି ନିଆଯାଇଛି । ତେବେ ପରୀକ୍ଷା ହେବାକୁ ନିଷ୍ପତି ହେଲେ ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ । ଗତବର୍ଷ ମଧ୍ୟ କରୋନା ବ୍ୟାପିବା ଯୋଗୁ ସିବଏସଇ ୧୦ମ ପରୀକ୍ଷାକୁ ଅଧାରେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.