ବାହାରିଲା ସିବିଏସଇ ଦଶମ ଫଳ…ପାସହାର ୯୯.୦୪%
ବାହାରିଲା ସିବିଏସଇ ଦଶମ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୯୯ଦଶମିକ ୪ପ୍ରତିଶତ ରହିଛି । ସିବିଏସ୍ଇ ଡଟ୍ ଏନ୍ଆଇସ ଡଟ୍ ଇନ୍ ଓ ସିବିଏସ୍ଇ ଡଟ୍ ଜିଓଭି ଡଟ୍ ଇନରେ ରେଜଲ୍ଟ ଉପଲବ୍ଧ ହୋଇଛି । ପରୀକ୍ଷା ଦେଇଥିବା ୨୦, ୯୭, ୧୨୮ ପିଲାଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୦, ୭୬, ୯୯୭ ଛାତ୍ରଛାତ୍ରୀ। ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୯୯% ପିଲା ପାସ୍ କରିଛନ୍ତି। ସେହିପରି ଭୁବନେଶ୍ୱର ରିଜିଅନରେ ୯୯.୬୨% ପିଲା ପାସ୍ କରିଛନ୍ତି। ଏଥର ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ୯୮.୮୯% ଛାତ୍ର ଏବଂ ୯୯.୨୪% ଛାତ୍ରୀ ପାସ୍ କରିଛନ୍ତି।
ପରୀକ୍ଷାରେ ଛାତ୍ର ୯୮.୮୯% ଏବଂ ଛାତ୍ରୀ ୯୯.୨୪% ପାସ୍ କରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟ ୧୦୦%, ନବୋଦୟରେ ୯୯.୯୯% ରେଜଲ୍ଟ କରିଛି। ୫୭, ୮୨୪ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି। ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ଯୋଗୁ ସିବିଏସ୍ଇ ଦଶମ ପରୀକ୍ଷା ହୋଇନଥିଲା । ପରୀକ୍ଷା ହେବ ନାହିଁ ବୋଲି ମେ’ ୪ ତାରିଖରେ ଘୋଷଣା କରାଯାଇଥିଲା । ପ୍ରଥମ ଥର ପାଇଁ ଅଗଷ୍ଟ ମାସରେ ସିବିଏସ୍ଇ ରେଜଲ୍ଟ ଘୋଷଣା କରାଯାଉଛି । ଏଥିରେ ପ୍ରତ୍ୟେକ ବିଷୟ ପାଇଁ ୨୦ ମାର୍କ ଲେଖାଏଁ ଏବଂ ଆଗରୁ ହୋଇଥିବା ବିଭିନ୍ନ ଟେଷ୍ଟ ବା ପରୀକ୍ଷାରେ ପିଲା ରଖିଥିବା ମାର୍କ ଆଧାରରେ ୮୦ ମାର୍କର ମୂଲ୍ୟାୟନ କରାଯାଇଛି। ପ୍ରି-ବୋର୍ଡ, ମିଡ-ଟର୍ମ ଓ ପ୍ରି-ବୋର୍ଡ ପରୀକ୍ଷାରେ ପିଲା ରଖିଥିବା ମାର୍କ ଅନୁସାରେ ମୂଲ୍ୟାୟନ କରାଯାଇଛି।