ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ
ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତବର୍ଷ ପାସ୍ ହାର ରହିଛି ୯୯ ଦଶମିକ ୩୭ ପ୍ରତିଶତ । ମୋଟ୍ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୧୩ ପ୍ରତିଶତ । ସେହିପରି ୯୯.୬୭ ଛାତ୍ରୀ ପାସ୍ କରିଛନ୍ତି । ଅର୍ଥାତ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ୦.୫୪ ରହିଛି । ସିବିଏସଇ ଦ୍ୱାଦଶରେ ମୋଟ୍ ୧୩ ଲକ୍ଷ ୪ ହଜରେ ୫୬୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୭୦ ହଜାର ୪ ଜଣ ୯୫ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ।
ସିବିଏସ୍ଇ ଦ୍ୱାରା ଗଠିତ ପ୍ୟାନେଲ୍ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ୩୦:୩୦:୪୦ ର ଫର୍ମୁଲା ସ୍ଥିର କରିଛି। ଏହି ଫର୍ମୁଲା ଅନୁଯାୟୀ ଦଶମ -ଏକାଦଶ ଫାଇନାଲ ଫଳାଫଳକୁ ୩୦% ଦିଆଯିବ ଏବଂ ଦ୍ୱାଦଶର ପ୍ରି-ବୋର୍ଡ ପରୀକ୍ଷାରେ ୪୦% ଦିଆଯିବ। ସିବିଏସ୍ଇ ଜୁନ୍ ୪ ରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମାର୍କିଂ ସ୍କିମ୍ ସ୍ଥିର କରିବାକୁ ଏକ ୧୩ ଜଣିଆ କମିଟି ଗଠନ କରିଥିଲା। କୋଭିଡ୍-୧୯ ମହାମାରୀ ସଂକ୍ରମଣର ଦ୍ୱତୀୟ ଲହର ପ୍ରତି ଧ୍ୟାନ ଦେଇ ଏବର୍ଷ ‘ସିବିଏସ୍ଇ’ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲା। ବୋର୍ଡଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତି ଯୋଗେ ଏଥର ଛାତ୍ରଛାତ୍ରୀମାନଙ୍କର ଫଳାଫଳ ସ୍ଥିର କରାଯାଇଛି।