THE BYAPINI

୨୪ ଘଂଟାରେ ବଦଳିଲା ନିଷ୍ପତ୍ତି

Get real time updates directly on you device, subscribe now.

୨୪ ଘଂଟାରେ ବଦଳିଗଲା ନିଷ୍ପତ୍ତି ।ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସୁଧ ହାର ନିଷ୍ପତ୍ତି ଲାଗୁ କରିଥିବା କେନ୍ଦ୍ର ସରକାର ୨୪ ଘଣ୍ଟା ମଧ୍ୟରେ ବଦଳାଇଦେଲେ ନିଜ ନିଷ୍ପତ୍ତି। ବିଭିନ୍ନ ମହଲରୁ ତୀବ୍ର ବିରୋଧ ପରେ ଚଚୠ ଉପରେ ସୁଧହାର ଅପରିବର୍ତ୍ତିତ ରହିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି।ଘୋଷଣା ହୋଇଥିବା ନୂଆ ସୁଧହାର ପରିବର୍ତେ ପୂର୍ବ ସୁଧହାର ଲାଗୁହେବ । ଅର୍ଥାତ ସ୍ୱଳ୍ପ ସଂଚୟ ଜମା ଉପରେ ୨୦୨୦-୨୧ ଆର୍ଥିକ ବର୍ଷରେ ଯେଉଁ ସୁଧହାର ଥିଲା ତାହା ବଳବତର ରହିବ ।

ଗତକାଲି PPF ଓ ଅନ୍ୟ ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ହ୍ରାସ କରାଯାଇଥିଲା । ୨୦୨୦-୨୧ ଶେଷ କ୍ୱାର୍ଟରର ସୁଧହାର ଲାଗୁ ହେବ । ତେଣୁ ସ୍ୱଳ୍ପ ସଞ୍ଚୟ ଉପରେ ସୁଧହାର ଅପରିବର୍ତ୍ତିତ ରହିବ । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ସୁଧହାର ହ୍ରାସ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିବା ଟ୍ୱିଟ୍ କରିଛନ୍ତି ।ପୂର୍ବରୁ ଏପ୍ରିଲ ୧ରୁ ସ୍ୱଳ୍ପ ସଂଚୟ ଜମା ଉପରେ ସୁଧହାର କମାଇବାକୁ ଘୋଷଣା ହୋଇଥିଲା । ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ମଧ୍ୟ ଜାରି କରିଥିଲେ । ନୂଆ ଆର୍ଥିକ ବର୍ଷରେ ନୂଆ ନୀତି ଲାଗୁ ହେବ ବୋଲି କୁହାଯାଇଥିଲା । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସୁଧ ହାର ୧.୧୦ ପ୍ରତିଶତ ଯାଏଁ କମାଇ ଦିଆଯାଇଥିଲା । ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ- ପିପିଏଫରେ ସୁଧ ହାରରେ ୭୦ ବେସିସ୍ ପଏଂଟ ହ୍ରାସ କରିଥିଲେ ସରକାର । ଫଳରେ ଏହି ସ୍କିମରେ ସୁଧହାର ୭ ଦଶମିକ ୧ରୁ ଖସି ୬ ଦଶମିକ ୪ ପ୍ରତିଶତ ହୋଇଥାନ୍ତା ।

୫ବର୍ଷିୟ ଜାତୀୟ ସଂଚୟ ଯୋଜନାରେ ମିଳୁଥିବା ସୁଧହାରରେ ୯୦ ବେସିସ୍ ପଏଂଟ ହ୍ରାସ କରାଯାଇଥିଲା । ଫଳରେ ପୂର୍ବରୁ ଏହି ସ୍କିମରେ ମିଳୁଥିବା ସୁଧ ୬ ଦଶମିକ ୮ ପ୍ରତିଶତରୁ ହ୍ରାସ ପାଇ ୫ ଦଶମିକ ୯ ପ୍ରତିଶତ ହୋଇଥାନ୍ତା । ସେହିପରି ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାରରେ ମଧ୍ୟ ବଡଧରଣ ପ୍ରଭାବିତ ହୋଇଥାନ୍ତା । ବିଜ୍ଞପ୍ତି ଅନୁସାରେ ୭ ଦଶମିକ ୬ ପ୍ରତିଶତ ଥିବା ସୁକନ୍ୟା ସମୃଦ୍ଧି ସୁଧ ହାର ୬ ଦଶମିକ ୯ ପ୍ରତିଶତ ହୋଇଥାନ୍ତା । ସେହିପରି ସେଭିଙ୍ଗ ଡିପୋଜିଟ୍ ଉପରେ ସୁଧହାର ୪%ରୁ ୩.୫%କୁ ହ୍ରାସ କରାଇବା ସହ ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ୭.୪%ରୁ ୬.୫%କୁ କମାଇ ଦେଇଥିଲେ ସରକାର। ୨୦୨୧ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟର ପାଇଁ ଏହା ଲାଗୁ ହେବ ବୋଲି ଘୋଷଣା କରାଯାଇଥିଲା। ହେଲେ ତୀବ୍ର ବିରୋଧ ପରେ ଏହାକୁ ତତ୍‌କ୍ଷଣାତ ପ୍ରତ୍ୟାହାର କରି ନିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.