ଶିମିଳିପାଳରେ କେନ୍ଦ୍ରୀୟ ଟିମ୍
ଜଙ୍ଗଲରେ କାହିଁକି ଲାଗୁଛି ନିଆଁ ?ଏହାର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ । ଆଜି ଶିମିଳିପାଳରେ କେନ୍ଦ୍ରୀୟ ଟିମ ପହଚିଂ ନିଆଁ ଲାଗିବାର କାରଣ ଅନୁଧ୍ୟାନ କରିବା ସହ ଜଙ୍ଗଳ ନିଆଁର ସ୍ଥିତି ପରଖୁଛି । ଆଜି କୋର ଏରିଆ ଜେନାବିଲ ଓ ଅପର ବାରହାକାମୁଡ଼ା ରେଂଜରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରିୟ ପ୍ରତିନିଧି ଦଳ । ଗତକାଲି ଶିିମିଳିପାଳର ନିଆଁ ଲାଗିଥିବା କିଛି ଅଂଚଳ ବୁଲି ଦେଖିଥିଲା ଟିମ୍ ।
ଦିଲ୍ଲୀରୁ ଆସିଥିବା ଏହି କେନ୍ଦ୍ରୀୟ ଟିମ ଶିମିଳିପାଳ ଆଖପାଖରେ ରହୁଥିବା ଲୋକଙ୍କ ସହ ମଧ୍ୟ ଆଲୋଚନା କରିବେ । ନିଆଁ କେମିତି ଲାଗୁଛି , କଣ ସବୁ କ୍ଷୟକ୍ଷତି ଘଟିଛି, ସେନେଇ ଆଲୋଚନା କରିବେ। ହାସହ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରେ ବାଘ ସୁରକ୍ଷିତ ଅଛନ୍ତି କି ନାହିଁ, ସେମାନଙ୍କୁ ଖାଦ୍ୟ ମିଳୁଛି କି ନାହିଁ। ସେନେଇ ମଧ୍ୟ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।ଗତକାଲି କରଞ୍ଜିଆ, ଠାକୁରମୁଣ୍ଡା, ଅପର ବାରହାକାମୁଡା ବନାଞ୍ଚଳ ବୁଲି ଦେଖିଥିଲେ କେନ୍ଦ୍ରୀୟ ଟିମ୍ ।
ସେହିପରି ରାଜ୍ୟରେ କେତୋଟି ସ୍ଥାନରେ ଜଙ୍ଗଲ ଜଳୁଛି ତାର ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ । ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ତଥ୍ୟକୁ ଆଧାର କରି ସନ୍ଦୀପ ତ୍ରିପାଠୀ ଟ୍ୱିଟ କରିଛନ୍ତି ଯେ, ରାଜ୍ୟରେ ଆଜି ୨୯୧ଟି ବନାଗ୍ନି ପଏଣ୍ଟ ଚିହ୍ନଟ ହୋଇଛି । ତେବେ ୩୪ଟି ସ୍ଥାନରେ ନିଆଁ ବଡ଼ ଅଞ୍ଚଳରେ ରହିଛି ଓ ନିରନ୍ତର ଜଳୁଛି ।