THE BYAPINI

କ୍ଷୟକ୍ଷତି ଦେଖିବ କେନ୍ଦ୍ରୀୟ ଟିମ

Get real time updates directly on you device, subscribe now.

ବାତ୍ୟା ୟାସ କ୍ଷୟକ୍ଷତିର ଆକଳନ ନେଇ ଆଜି ଆସିବେ କେନ୍ଦ୍ରୀୟ ଟିମ୍‌ । ୭ଜଣିଆ ଟିମ କ୍ଷୟକ୍ଷତି ଆକଳନ ପାଇଁ ଆସୁଛନ୍ତି । ବାତ୍ୟା ପ୍ରଭାବିତ ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଏହି ଟିମ ୪ ପ୍ରଭାବିତ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡିଛି ।

କେନ୍ଦ୍ର ଗୃହ ଯୁଗ୍ମ ସଚିବ ସୁନୀଲ ବନଓ୍ବାଲଙ୍କ ନେତୃତ୍ବରେ ଆସିବ ୭ଜଣିଆ ଟିମ୍। କ୍ଷୟକ୍ଷତି ଅଞ୍ଚଳ ବୁଲି ସମୀକ୍ଷା କରିବ ଟିମ୍। ଏହାପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଏସ୍ ଆରସିଙ୍କ ସହ ଆଲୋଚନା ମଧ୍ୟ କରିବେ । ବାତ୍ୟା ସାୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡ଼ିକ ପରିଦର୍ଶନ କରିବ ଏହି ଟିମ୍ । ପୂର୍ବରୁ ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେ। ୟାସ ବାତ୍ୟା କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ୫ଶହ କୋଟିର କେନ୍ଦ୍ରୀୟ ସହାୟତା ଘୋଷଣା କରିଥିଲେ। ବାତ୍ୟା କ୍ଷତିର ଭରଣା ପାଇଁ ଆର୍ଥିକ ସହାୟତା ଦାବି ନକରି ଦୀର୍ଘକାଳୀନ ଭିତିରେ ଓଡ଼ିଶା କିପରି ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା କରିପାରିବ, ଏ ନେଇ ସହାୟତା ଦେବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର ।

ଗତ ୨୬ ତାରିଖରେ ବାତ୍ୟା ୟାସ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏହି ୪ ଜିଲ୍ଲାକୁ ଗସ୍ତ କରି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍।

Get real time updates directly on you device, subscribe now.

Leave A Reply

Your email address will not be published.