THE BYAPINI

‘ପୁରୀ ଓ ଗଞ୍ଜାମରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି’

Get real time updates directly on you device, subscribe now.

ବାତ୍ୟା ‘ଜୱାଦ୍‌’ ଯୋଗୁଁ ଚଳିତ ମାସର ପ୍ରଥମ ସପ୍ତାହରେ ଲଗାଣ ବର୍ଷାରେ ପୁରୀ ଓ ଗଂଜାମ ଜିଲ୍ଲାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାଉଣ୍ଡ ଜିରୋରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ବୈଠକରେ କେନ୍ଦ୍ରୀୟ ଟିମ ସଦସ୍ୟ ପୂଜା ଜୈନ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଟିମର ସଦସ୍ୟ ଶ୍ରୀମତୀ ଜୈନ କହିଛନ୍ତି, ଚାଷୀଙ୍କୁ ଉପଯୁକ୍ତ ସହାୟତା ମିଳିବା ପାଇଁ ରିଲିଫ କୋଡ଼ରେ ସଂଶୋଧନର ଆବଶ୍ୟକତା ରହିଛି । ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ ।

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଗତକାଲି ଠାରୁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍‌ ୩ ଭାଗରେ ବିଭକ୍ତ ହୋଇ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କ୍ଷତି ହୋଇଥିବା ଅଂଚଳକୁ ଗସ୍ତ କରିଛନ୍ତି। କ୍ଷତି ଆକଳନ ପରେ ଆଜି ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.